Latest Odisha News

BREAKING NEWS

ହାପି ବର୍ଥ ଡେ ମାହି: ୩୯ ବର୍ଷରେ ଧୋନି

୩୯ ବର୍ଷରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି । ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଫ୍ୟାନଙ୍କ ସମେତ ଧୋନିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଦେଶ ବିଦେଶର କ୍ରିକେଟର । ସୋସିଆଲ୍ ମିଡିରେ ନିଜ ଫେଭରିଟ୍ କ୍ରିକେଟରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତା ଆସୁଛି । ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ମହେନ୍ଦ୍ର ସିଂହ ଧୋନି ।

ଭାରତୀୟ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମାହି । ୯୦ ଟେଷ୍ଟ ଖେଳି ୪ ହଜାର ୮ ୭୬ରନ୍ କରିଛନ୍ତି । ୩୫୦ ଦିନିକିଆ ଖେଳିଛନ୍ତି । ନିଜ ବ୍ୟାଟରୁ ବାହାର କରିଛନ୍ତି ୧୦ ହଜାର ୭୭୩ ରନ୍ । ୯୮ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳିଛନ୍ତି ମିଷ୍ଟର କୁଲ୍ ଧୋନି । ହାସଲ କରିଛନ୍ତି ୧ ହଜାର ୬୧୭ ରନ୍ ।
ମାହିଙ୍କ ପଛରେ ସଫଳତା

୨୦୦୪ରେ ବାଂଲାଦେଶ ବିପକ୍ଷ ସିରିଜରେ ଅନ୍ତର୍ଜାତୀୟ କ୍ରିକେଟର ଡେବ୍ୟୁ କରିଥିଲେ ଧୋନି । ପ୍ରଥମରୁ ସଫଳତା ପାଇ ନଥିଲେ । ତେବେ  ୨୦୦୫ରେ ଭାଇଜାଗରେ ପାକିସ୍ତାନ ବିପକ୍ଷରେ ୧୪୮ ରନର ଇନିଂସ ଖେଳି ସମସ୍ତଙ୍କୁ ଚମକେଇ ଦେଇଥିଲେ ରାଞ୍ଚି ବୟ । ତାପରଠୁ ମାଡ଼ି ଚାଲିଲେ ଆଗକୁ ଆଗକୁ । ବଡ଼ ବଡ଼ ସଟ୍ ମାରିବାରେ ମାହିର ମାହିଙ୍କ ଚେଜ୍ କରିବାର ଦକ୍ଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

୨୦୦୫ରେ ତ୍ରିପାକ୍ଷିକ ସିରିଜରେ ଜିମ୍ବାଓ୍ୱେ ବିପକ୍ଷରେ ଖେଳିଥିବା ଅପରାଜିତ ଅର୍ଦ୍ଧଶତକ ଇନିଂସ ଆଜି ବି କ୍ରିକେଟପ୍ରେମୀ ଭୁଲି ପାରୁ ନାହାନ୍ତି । ତାପର ମାସରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୮୩ ରନ୍ ପିଟିଥିଲେ ଧୋନି । ପ୍ରମାଣ କରି ଦେଖାଇଥିଲେ ସେ ଜଣେ ବେଷ୍ଟ ଫିନିସର ।
ସଫଳ ଅଧିନାୟକ ମାହି

ଟିମ୍ ଇଣ୍ଡିଆର ଜଣେ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଆଇସିସିର ତିନିଟିଯାକ ଟ୍ରଫି ଜିତାଇଥିବା ଏକମାତ୍ର କ୍ୟାପଟେନ୍ ମାହି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଭାରତକୁ ଏକ ନମ୍ବର କରାଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ହାତେଇଥିଲା ଟିମ୍ ଇଣ୍ଡିଆ । ୨୦୧୩ରେ ଭାରତକୁ ଭେଟି ଦେଇଥିଲେ ଆଇସିସି ଚାମ୍ପିଅନ୍ସ ଟ୍ରଫି । ୨୦୦୯ରେ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟେଷ୍ଟରେ ଏକ ନମ୍ୱର ଟିମ୍ ହୋଇପାରିଥିଲା ।
୪ଟି ବିଶ୍ୱକପ ଟିମ୍ ମେମ୍ବର

ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୪ଟି ବିଶ୍ୱକପ୍ ଖେଳିଛନ୍ତି ମହେନ୍ଦ୍ର ସିଂ ଧୋନି । ୨୦୦୭, ୨୦୧୧, ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ ଖେଳିଛନ୍ତି । ୨୦୧୯ ବିଶ୍ୱକପ ସେମି ଫାଇନାଲରୁ ଭାରତ ଅପ୍ରତ୍ୟାଶିତ ଭାବରେ ବିଦା ହେବା ପରଠୁ ଆଉ ମୈଦାନରେ ଦେଖିବାକୁ ମିଳିନି ଧୋନି କରିସ୍ମା । ଭାରତୀୟ ଦଳରେ ତାଙ୍କୁ ସୁଯୋଗ ମିଳିନି । ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ସେମି ଫାଇନାଲ୍ ଥିଲା ତାଙ୍କର ଶେଷ ମ୍ୟାଚ୍ । ଏବେ ତାଙ୍କ ଅବସର ନେଇ କଥା ଉଠୁଛି ।

ଅନ୍ତର୍ଜାତୀୟ କ୍ରିକେଟ ସହ ଆଇପିଏଲରେ ଜଣେ ସଫଳ ଅଧିନାୟକର ଛାପ ଛାଡ଼ିଛନ୍ତି । ଚେନ୍ନାଇ ସୁପରକିଙ୍ଗସକୁ ତିନି ଥର ଚାମ୍ପିଅନ କରାଇଛନ୍ତି । ବର୍ଷେରୁ ଅଧିକ ସମୟ ଫ୍ୟାନ ତାଙ୍କ ବ୍ୟାଟିଂର ଯାଦୁ ଦେଖି ନାହାନ୍ତି । ଯଦି ଆଇପିଏଲ୍ ହେଲା ମାହିଙ୍କ କରିସ୍ମା ଦେଖିବେ କ୍ରିକେଟପ୍ରେମୀ ।

Leave A Reply

Your email address will not be published.