Latest Odisha News

ସେୟାର ବଜାରରେ ପେଟିଏମ ଚିନ୍ତା 

ନୂଆଦିଲ୍ଲୀ :ଏବେ ସେୟାର ବଜାରରେ ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମକୁ ନେଇ ଚିନ୍ତା କରୁଛନ୍ତି ନିବେଶକ। ଲଗାତାର ପେଟିଏମର ସଙ୍କଟ ବଢ଼ି ବଢ଼ି ଯାଉଛି। ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଏହାର କ୍ଷତି ଆହୁରି ବଢ଼ି ଯାଇଛି। ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେ ପେଟିଏମ୍ ସେୟାର ହ୍ରାସ ପାଇଥିଲା, ଯାହା ବଜାରରେ କାରବାର ଶେଷ ହେବା ପର୍ୟ୍ୟନ୍ତ ଏହି ଅବସ୍ଥାରେ ରହିଥିଲା।

ଗୁରୁବାର କମ୍ପାନୀର ଶେୟାର ୨୦% ହ୍ରାସ ପାଇବା ପରେ ଶୁକ୍ରବାର ମଧ୍ୟ କମ୍ପାନୀର ଶେୟର ଲୋୟର ସର୍କିଟ ଛୁଇଁଛି। ଶେୟାର ବଜାର ଖୋଲିବା ମାତ୍ରେ କମ୍ପାନୀର ଶେୟାର ୨୦% ହ୍ରାସ ପାଇଥିଲା। ଏବେ କମ୍ପାନୀର ଶେୟାର ମୂଲ୍ୟ ୧୨୧.୮୦ ଟଙ୍କା କମି ୪୮୭.୨୦ ଟଙ୍କା ହୋଇଯାଇଛି। ଏଥିସହିତ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ ହ୍ରାସ ପାଇ ୩୦,୯୪୦ କୋଟି ଟଙ୍କା ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କାର୍ୟ୍ୟାନୁଷ୍ଠାନ ପରେ ପ୍ୟାରେଣ୍ଟ୍ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ ବର୍ତ୍ତମାନ ଅନ୍ୟ ଉପାୟ ଖୋଜିବାକୁ ଆରମ୍ଭ କରିଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବିଜୟ ଶେଖର ଶର୍ମା ଟୁଇଟ କରି କହିଛନ୍ତି ଯେ କମ୍ପାନୀ କାମ କରୁଛି, ଆଗକୁ ମଧ୍ୟ କାମ ଜାରି ରହିବ। କମ୍ପାନୀ କେଉଁ ସ୍ଥିତି ଦେଇ ଗତି କରୁଛି ସେ ବିଷୟରେ କହିବା ସହ କମ୍ପାନୀର ସଦସ୍ୟମାନଙ୍କୁ ଧର୍ଯ୍ୟ ଧରି କାମ କରୁଥିବାରୁ ସାଧୁବାଦ୍ ଜଣାଇଛନ୍ତି। ଫେବୃଆରୀ ୨୯ଠାରୁ କାର୍ଯ୍ୟ ଜାରି ରହିବ ବୋଲି ସେ ଲେଖିଛନ୍ତି।

Comments are closed.