Latest Odisha News

BREAKING NEWS

ଭାରତରେ ସର୍ବପ୍ରଥମେ କେଉଁଠାରେ ହୋଇଥିଲା ଚର୍ଚ୍ଚ-ମସଜିଦ୍, କିଏ କରିଥିଲେ ଏହାର ନିର୍ମାଣ, ଜାଣନ୍ତୁ…

ଭୁବନେଶ୍ଵର: ଭାରତର ଯେଉଁ ପ୍ରାନ୍ତ କୁ ଯାଆନ୍ତୁ ନା କାହିଁକି ଆପଣଙ୍କୁ ପ୍ରତି କୋଣ ଅନୁକୋଣରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ତ ନିହାତି ଦେଖିବାକୁ ମିଳିଯିବ । ମନ୍ଦିରକୁ ନେଇ କୁହାଯାଏ ଯେ ଏହାର ନିର୍ମାଣ କାହିଁ କେତେ ହଜାର ବର୍ଷ ପୂର୍ବରୁ କରାଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତର କେଉଁ ସ୍ଥାନରେ ସର୍ବପ୍ରଥମେ ଚର୍ଚ୍ଚ ଓ ମସଜିଦ୍ ନିର୍ମାଣ କରାଯାଇଥିଲେ? ଏହାର ନିର୍ମାଣ କିଏ କରିଥିଲେ? କାହିଁକି ଆମ ଭାରତରେ ନିର୍ମାଣ ହୋଇଥିବା ମସଜିଦ୍ ର ଆକାର ମନ୍ଦିର ପରି? ତେବେ ଆସନ୍ତୁ ଜାଣିବା ଏପରି କିଛି ପ୍ରଶ୍ନର ଉତ୍ତର…

ଆମ ଦେଶ ଭାରତର ପ୍ରଥମେ ଚର୍ଚ୍ଚ, ମସଜିଦ୍ ଏବଂ ଆରାଧନାଳୟ ଅନ୍ୟ କୋଉଠି ନୁହେଁ ବରଂ ଦେବଭୂମୀ କେରଳରେ ନିର୍ମାଣ କରାଯାଇଥିଲା । କେରଳ ସରକାରଙ୍କ ୱେବସାଇଟ୍ ଅନୁଯାୟୀ, ଦେଶର ପ୍ରଥମ ମସଜିଦ କେରଳର ତ୍ରୀସୁର ଜିଲ୍ଲାରେ ନିର୍ମିତ ହୋଇଥିଲା । ଏହା ଚେରାମନ ଜୁମା ମସଜିଦ୍ ଭାବରେ ଜଣାଶୁଣା । ଚେରାମନ ଜୁମା ମସଜିଦ୍ ୬୨୯ ଖ୍ରୀଷ୍ଟାବ୍ଦରେ ମଲିକ ଇବ୍ର ଦିନାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହା ଭାରତର ପ୍ରଥମ ମସଜିଦ ଏବଂ ବିଶ୍ୱରେ ଦ୍ୱିତୀୟ ପୁରାତନ ମସଜିଦ ଭାବରେ ବିବେଚନା କରାଯାଏ । ଏହାର ଗଠନ ସମ୍ପୂର୍ଣ୍ଣ ରୂପେ ଏକ ମନ୍ଦିର ପରି | ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ବଦଳାଯାଇଥିଲା ।  ଆଜି ବି ଏଠାରେ ନମାଜ ପାଠ କରାଯାଏ ।

କେରଳରେ ଖ୍ରୀଷ୍ଟିଆନ ଧର୍ମ ଅନୁସରଣ କରୁଥିବା ବହୁ ସଂଖ୍ୟକ ଲୋକ ଅଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏଠାରେ ଦେଶର ପ୍ରଥମ ଚର୍ଚ୍ଚ ମଧ୍ୟ ନିର୍ମାଣ କରାଯାଇଥିଲା । ପ୍ରଥମ ଚର୍ଚ୍ଚ ୫୨ ଖ୍ରୀଷ୍ଟାବ୍ଦରେ ସେହି ତ୍ରୀସୁର ଜିଲ୍ଲାର ପଲାୟୁର ଠାରେ ପ୍ରତିଷ୍ଠିତ ହୋଇଥିଲା | କୁହାଯାଏ ଯେ ଯୀଶୁ ଖ୍ରୀଷ୍ଟଙ୍କ ୧୨ ଜଣ ପ୍ରେରିତଙ୍କ ମଧ୍ୟରୁ ଜଣେ ସେଣ୍ଟ ଥୋମାସ୍ ଏହାକୁ ନିର୍ମାଣ କରିଥିଲେ । ତେଣୁ ଏହାର ନାମ ସେଣ୍ଟ ଥୋମାସ ଚର୍ଚ୍ଚ ରଖା ଯାଇଥିଲା । ପେରିୟର୍ ନଦୀ କୂଳରେ ଅବସ୍ଥିତ ଏହି ଚର୍ଚ୍ଚ ଖ୍ରୀଷ୍ଟିଆନମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ ଅଟେ | କୋଚି ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ଏହାର ଦୂରତା ପ୍ରାୟ ୩୦ କିଲୋମିଟର | ଏହା ପରେ ସେ କୋଡୁଙ୍ଗୋଲୁର, ପଖୁର, ପଲୟୁର, କୋକ୍କମଙ୍ଗଲମ, ନିରାନମ, ନୀଲକ୍କଲ, କୋଲ୍ଲମ ଏବଂ କନ୍ୟାକୁମାରୀ ଜିଲ୍ଲାରେ ଚର୍ଚ୍ଚ ନିର୍ମାଣ କରିଥିଲେ।

ଆରାଧନାଳୟ ତଥା ପ୍ରାର୍ଥନା ସ୍ଥାନ ବିଷୟରେ କହିବାକୁ ଗଲେ, କୋଚିରେ ପରଦେସୀ ସିନେଗାଁଗ ହେଉଛି ଦେଶର ପ୍ରଥମ ତଥା ବହୁ ପୁରାତନ ୟହୁଦୀ ଉପାସନା ସ୍ଥାନ | ଏହା ୧୫୬୭ ମସିହାରେ ନିର୍ମିତ ହୋଇଥିଲା, ଯେଉଁଠାରେ ୟହୁଦୀମାନେ ଆସି ପ୍ରାର୍ଥନା କରୁଥିଲେ | ସେହି ସମୟରେ ୭ ଟି ପ୍ରାର୍ଥନା ସ୍ଥାନ ନିର୍ମାଣ କରାଯାଇଥିଲା । କୋଚିର ୟହୁଦୀ ଅଞ୍ଚଳରେ ନିର୍ମିତ ସାତୋଟି ଆରାଧନାଳୟ ମଧ୍ୟରେ ପରଦେସୀ ଆରାଧନାଳୟ ଗୋଟିଏ, ଯେଉଁଠାକୁ ଲୋକେ ଆଜି ମଧ୍ୟ ଆସନ୍ତି ପ୍ରାର୍ଥନା କରିବା ପାଇଁ | ଆଜି ବି ଲୋକମାନେ ଏହାକୁ ଦେଖିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ଆସିଥାଆନ୍ତି । ଏହା କୋଚିନ୍‌ର ସର୍ବ ପୁରାତନ ଆରାଧନାଳୟ, ଯାହା ୧୭୦୦ ଦଶକର ଶେଷ ଭାଗରେ ଆକ୍ରମଣକାରୀ ମୈସୁର ସେନାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଥିଲା ।

Leave A Reply

Your email address will not be published.