ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଏଥର ପାକିସ୍ତାନରେ ଖେଳାଯିବ । ଭାରତ ତାର ସମସ୍ତ ମ୍ୟାଚ ସୁରକ୍ଷା ଦୃଷ୍ଟିକୋଣରୁ ହାଇବ୍ରିଡ ମଡେଲରେ ଦୁବାଇରେ ଖେଳିବ । ପାକିସ୍ତାନରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ରହିବେ ବୋଲି ଖବର ପ୍ରକାଶ ପାଇଥିଲା । ବିସିସିଆଇ ଏ ପର୍ଯ୍ୟନ୍ତ ରୋହିତ ପାକିସ୍ତାନ ଯିବେ କି ନାହିଁ ତାହା ସ୍ପଷ୍ଟ କରିନି । ତେବେ ରୋହିତ ଯାଉ ନ ଥିବା ଖବର କୌଣସି ସୂତ୍ରର ପିସିବି ପାଇଥିବାରୁ ପ୍ରତିକ୍ରିୟାଶୀଳ ହୋଇଛି । ପିସିିବିର ଜନୈକ ଅଧିକାରୀ ଆଇସିସି ଏ ଭଳି ଘଟଣାକୁ ରୋକିବା ଉଚିତ । କ୍ରିକେଟ ପାଇଁ ଏହା ଆଦୌ ଠିକ ନୁହେଁ ।
ଉଦଘାଟନୀ ସମାରୋହରେ ସମସ୍ତ ଦେଶର ଅଧିନାୟକ ଉପସ୍ଥିତ ରହିବେ । ଯଦି ଭାରତର ଅଧିନାୟକ ନ ରହିବେ ଏହା ଭୁଲ ମେସେଜ ଦେବ । ଆଉ ଏକ ଖବର ଅନୁସାରେ ଭାରତ ତାର ଖେଳାଳିଙ୍କ ଜର୍ସିରେ ଆୟୋଜକ ଦେଶର ନାମ ମଧ୍ୟ ଚାହୁଁ ନାହିଁ । ତେବେ ଏ ସମ୍ପର୍କରେ ବିସିସିଆଇ, ଆଇସିସି କିମ୍ବା ପିସିବି ପକ୍ଷରୁ ସ୍ପଷ୍ଟ ଭାବେ କୌଣସି ଖବର ପ୍ରକାଶ ପାଇ ନାହିଁ । ଫେବୃୟାରୀ ୨୩ରେ ଭାରତ ଓ ପାକିସ୍ତାନ ଦୁବାଇରେ ପରସ୍ପରକୁ ଭେଟିବେ ।
Comments are closed.