Latest Odisha News

BREAKING NEWS

ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପିସିବିର ୮୦୦ କୋଟି କ୍ଷତି

ନୂଆଦିଲ୍ଲୀ: ୨୯ ବର୍ଷର ଅପେକ୍ଷା ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପିସିବିକୁ ମହଙ୍ଗା ପଡିଛି। ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ଗତି କରୁଥିବା ପାକିସ୍ତାନକୁ ଏଥିପାଇଁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏହି ଚାମ୍ପିଅନ୍ସ ଟ୍ରଫି ଜରିଆରେ ପାକିସ୍ତାନ କୋଟି କୋଟି ଟଙ୍କାର ଲାଭ କରିପାରିବ ବୋଲି ଚିନ୍ତା କରିଥିଲା ବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି।

ତେବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ୯ ମାର୍ଚ୍ଚରେ ହୋଇଥିଲା।ଯେଉଁଥିରେ ଭାରତ ନ୍ୟୁଜିଲ୍ୟାଣ୍ଡ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲା।

ଘରୋଇ ମ୍ୟାଚ୍ ଆୟୋଜନ କରିବା ପାଇଁ ପିସିବି ପ୍ରାୟ ୮୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା କିନ୍ତୁ ମ୍ୟାଚରୁ କେବଳ ୫୨ କୋଟି ଟଙ୍କା ସଂଗ୍ରହ ହୋଇପାରିଛି। ଯାହା ଫଳରେ ବୋର୍ଡକୁ ପ୍ରାୟ ୭୯୯ କୋଟି ଟଙ୍କାର କ୍ଷତି ହୋଇଛି। ତେବେ ବର୍ତ୍ତମାନ ଏହାର ପ୍ରଭାବ ଖେଳାଳିମାନଙ୍କ ଉପରେ ପଡ଼ିଛି। କ୍ଷତିପୂରଣ ପାଇଁ ପିସିବି ଘରୋଇ ଖେଳାଳିଙ୍କ ମ୍ୟାଚ୍ ଫିସକୁ ବହୁ ପରିମାଣରେ ହ୍ରାସ କରିଦେଇଛି।

ତେବେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ପାକିସ୍ତାନର ଲାହୋର, କରାଚୀ ଓ ରାୱଲପିଣ୍ଡିରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି ତିନୋଟି ଘରୋଇ ଷ୍ଟାଡିୟମର ନବୀକରଣ ପାଇଁ ପ୍ରାୟ ୫୮ ନିୟୁତ ଡଲାର (ପ୍ରାୟ ୫୦୪ କୋଟି ଟଙ୍କା) ଖର୍ଚ୍ଚ କରାଯାଇଥିଲା। ଆଉ ୩୪୭ କୋଟି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଖର୍ଚ୍ଚ ହୋଇଥିଲା।

ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ପରେ ମଧ୍ଯ ପିସିବି ମାତ୍ର ୫୨ କୋଟି ଟଙ୍କା ସଂଗ୍ରହ କରିପାରିଛି। ଯାହାଫଳରେ ବୋର୍ଡକୁ ପ୍ରାୟ ୮୫% କ୍ଷତି ସହିବାକୁ ପଡିଛି।

 

Comments are closed.