Latest Odisha News

BREAKING NEWS

ପିସିସି ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି; ସୁରଙ୍କୁ ସ୍ପଷ୍ଟୀକରଣ ମାଗିଲେ ନିରଞ୍ଜନ

ମଙ୍ଗଳବାର ପ୍ରଭାରୀ ଚେଲ୍ଲା କୁମାର ନୂଆ ପିସିସି ସଭାପତି ପାଇଁ କରିଥିବା ବୈଠକରେ ଯୋଗ ଦେଇନାହାନ୍ତି ସୁର । ଅସୁସ୍ଥତା ଦର୍ଶାଇ ଅନୁପସ୍ଥିତ ରହିଛନ୍ତି ଜଟଣୀ ବିଧାୟକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ବିଗତ ଦିନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏହି ମତ ଦେଇଥିଲେ । ସୁରଙ୍କ ଏଭଳି ମନ୍ତବ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୁବ୍ଧ ହୋଇ ତାଙ୍କୁ ଏହାର ସ୍ପଷ୍ଟୀକରଣ ମାଗିଛନ୍ତି ।

ଏହି ମନ୍ତବ୍ୟ କଂଗ୍ରେସ ଦଳ ପାଇଁ କ୍ଷତିକାରକ ଏବଂ ଭାବମୂର୍ତ୍ତି ଖରାପ କରୁଛି ବୋଲି ନିରଞ୍ଜନ ଚିଠି ଲେଖିଛନ୍ତି । ସୁର କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏବଂ ଏହାର ସନ୍ତୋଷଜନକ ଉତ୍ତର ଆଶା କରିଛନ୍ତି ।

ସୁର ଉତ୍ତର ଦେଲେ ତାହାକୁ ସେ ଏଆଇସିସିକୁ ପଠେଇବେ ବୋଲି ନିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏନେଇ ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ କିଛି ପ୍ରତିକ୍ରିୟା ମିଳିନି ।

ସେପଟେ ନୂଆ ପିସିସି ସଭାପତି ପାଇଁ ମଙ୍ଗଳବାର ସଂଧ୍ୟାରେ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ବୈଠକ ହୋଇଛି । ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ବରିଷ୍ଠ ନେତା ମାନେ ଆଲୋଚନା କରିଛନ୍ତି । ବରିଷ୍ଠ ନେତା ଭକ୍ତ ଦାସ, ଶରତ ପଟ୍ଟନାୟକ ଏବଂ ମହମ୍ମଦ ମୋକିମ୍ ଙ୍କ ନାଁ ଆଲୋଚନା ହେଉଛି ପିସିସି ସଭାପତି ପାଇଁ । ଏଥିରେ ସୁର ରାଉତରାୟ ଯୋଗ ଦେଇନାହାନ୍ତି । ଅସୁସ୍ଥତା ଦର୍ଶାଇ ଅନୁପସ୍ଥିତ ଅଛନ୍ତି ସୁର ।

Leave A Reply

Your email address will not be published.