Latest Odisha News

BREAKING NEWS

ପ୍ରତିବର୍ଷ ହେବ ମେୟର ଓ ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର: ପ୍ରତିବର୍ଷ ମେୟର ଓ ଅଧ୍ୟକ୍ଷମାନଙ୍କୁ ନେଇ ସମ୍ମିଳନୀ ଆୟୋଜିତ ହେବ । ନବର୍ନିବାଚିତ ମେୟର ଏବଂ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ପାଇଁ ଲୋକସେବା ଭବନରେ ହୋଇଥିବା ଦୁଇ ଦିନିଆ କର୍ମଶାଳାଏହି ନିଷ୍ପତ୍ତି ନିଆଯାଇଛି। ଏହି କର୍ମଶାଳାରେ ସମସ୍ତ ଅଂଶଗ୍ରହଣକାରୀ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ବିଭିନ୍ନ ସହରାଞ୍ଚଳରେ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ମେୟର ଏବଂ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏପ୍ରିଲ୍‍ ୨୫ରେ ଏହି କର୍ମଶାଳା ଉଦଘାଟିତ ହୋଇଥିଲା। ନୂତନ ଭାବେ ର୍ନିବାଚିତ ମେୟର ଏବଂ ଅଧ୍ୟକ୍ଷମାନଙ୍କୁ ପ୍ରତ୍ୟେକ ସ୍ତରରେ ୫ଟି ଶାସନ ନୀତି ପାଳନ କରି ଲୋକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣକାରୀମାନଙ୍କୁ ବିଭାଗର ପ୍ରମୁଖ କାର୍ଯ୍ୟ ଗୁଡ଼ିକ ସହିତ ପରିଚିତ କରାଇଲେ ଏବଂ ୫ଟି ଶାସନ ନୀତି, ମ୍ୟୁନିସିପାଲିଟି ଫାଇନାନ୍ସ ଏବଂ ‘ମୋ ସହର ସରକାର’ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ, ଜଳ ଯୋଗାଣ, ଗୃହ, ପରିମଳ, ଟ୍ୟାପ୍ ପାନୀୟଜଳ ମିଶନ୍ ଠାରୁ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ମୁକ୍ତା, ଜାଗା ମିଶନ୍‌, ସ୍ମାର୍ଟ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ କାର୍ୟ୍ୟକ୍ରମ ଇତ୍ୟାଦିରେ ବିଭିନ୍ନ ସହରୀ ବିକାଶମୂଳକ ପଦକ୍ଷେପ ବିଷୟରେ ର୍ନିବାଚିତ ପ୍ରତିନିଧିଙ୍କୁ ବିସ୍ତୃତ ଭାବରେ ଅବଗତ କରାଯାଇଥିଲା ।

ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ ନୂତନ ଭାବେ ର୍ନିବାଚିତ ସମସ୍ତ କାଉନସିଲର ଏବଂ କର୍ପୋରେଟରମାନଙ୍କ ପାଇଁ ବିଭାଗ ଦ୍ୱାରା ଏପରି କର୍ମଶାଳା ଆୟୋଜିତ ହେବ । ଅଂଶଗ୍ରହଣକାରୀମାନେ କର୍ମଶାଳାକୁ ବହୁତ ଭଲ ଭାବରେ ଗ୍ରହଣ କରିଥିଲେ ଏବଂ ସେମାନେ ସହରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥିଲେ ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସକ ସଂଗ୍ରାମଜିତ୍‍ ନାୟକଙ୍କ ସହିତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ, ରାଜ୍ୟ ସ୍ତରୀୟ ଅଂଶୀଦାର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.