Latest Odisha News

BREAKING NEWS

ଚାଷୀଙ୍କ ଚକା ଜାମକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଚାଷୀ ସଂଗଠନର ଦେଶବ୍ୟାପୀ ଚକା ଜାମ୍ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଏଆଇସିସି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆଜି ସନ୍ଧ୍ୟାରେ ରାଜ୍ୟ କଂଗ୍ରେସ ଭବନରେ ଏକ ବୈଠକ ବସିଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩୦ ଜିଲ୍ଲାର ସଭାପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତୃଣମୂଳ ସ୍ତରରେ ଦଳକୁ ମଜବୁତ୍ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ସେହିପରି କଂଗ୍ରେସ ବ୍ଲକ ଓ ଜିଲ୍ଲାସ୍ତରରେ ନୂଆ କମିଟି ଗଠନ କରିବ ବୋଲି ଜଣାପଡ଼ିଛି ।

ସେପଟେ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ପାଳନ କରିବ କଂଗ୍ରେସ । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଏଭଳି ବନ୍ଦ ଡାକରା ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.