Latest Odisha News

BREAKING NEWS

ଆରଆଇଙ୍କ ଘରେ ଆଉ ଥରେ ଭିଜିଲାନ୍ସ ରେଡ୍

ପୁରୀ : ପୁରୀର ଆରଆଇ ବସନ୍ତ ମହାନ୍ତିଙ୍କର ଆଉ ଏକ ଘରେ ରେଡ୍ କରିଛି ଭିଜିଲାନ୍ସ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବସନ୍ତଙ୍କ ଘରୁ ଦେଢ଼ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

ପୂର୍ବରୁ ବସନ୍ତଙ୍କ ପୁରୀ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ପୁରୀ ଓ କେନ୍ଦ୍ରାପଡ଼ା ରାଜନଗରରେ ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଭିଜିଲନ୍ସ । ତେବେ ସେହି ସମୟରେ ବସନ୍ତଙ୍କ ଅନ୍ୟ ଏକ ଘର ବନ୍ଦ ଥିବାରୁ ଖୋଳତାଡ଼ କରିପାରିନଥିଲା ଭିଜିଲାନ୍ସ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବା ପରେ ଛାନଭିନ୍ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.