ଭୁବନେଶ୍ୱର: ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼। ଗଣ୍ଡଗୋଳର ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଶ୍ରୀରାମନଗରଠାରେ ୪ ଯୁବକ ବସିଥିଲେ। ଏତିକିବେଳେ ଏକ ବାଇକରେ ଦୁଇ ଯୁବକ ଆସି ହର୍ଣ୍ଣ ମାରିଥିଲେ। ଏହି କାରଣରୁ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ପରେ ଛୁରାମାଡ଼ ହୋଇଥିଲା। ଖବର ପାଇ ଘଟଣାସ୍ଥଳକୁ ପୋଲିସ ଆସିଥିବା ବେଳେ ଜଣେ କନଷ୍ଟେବଳଙ୍କୁ ବି ଆକ୍ରମଣ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି ଯୁବକଜଣକ ଜଣେ ପୋଲିସ କନଷ୍ଟେବଳଙ୍କୁ ମଧ୍ୟ ଛୁରା ମାଡ଼ କରିବାକୁ ପଛାଇ ନ ଥିଲେ । ଉଭୟ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ଘରକୁ ଫେରିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରି ନିଶାଶକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିବା ମଞ୍ଚେଶ୍ୱର ଥାନାଧିକାରୀ କହିଛନ୍ତି।
BREAKING NEWS
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରକ;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
- paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
Comments are closed.