Latest Odisha News

‘Peace Be Upon Him’: ଖାମେନେଇଙ୍କ ମୃତ୍ୟୁ ଖବର ପରେ ଭାଇରାଲ ହେଉଛି ଇରାନ ନେତାଙ୍କ ଖଣ୍ଡା ଧରା ଫୋଟୋ…

ନୂଆଦିଲ୍ଲୀ: ଇସ୍ରାଏଲ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ଖାମେନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଦାବି କରି କହିଛନ୍ତି ଯେ ଇତିହାସର ସବୁଠାରୁ ଦୁଷ୍ଟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ସେ ଇରାନ ଉପରେ ଆମେରିକାର ବିଜୟ ଘୋଷଣା କରିଥିଲେ, କିନ୍ତୁ ପ୍ରଥମେ ଇରାନୀ ଗଣମାଧ୍ୟମ ଏହାକୁ ଏକ ଗୁଜବ ବୋଲି କହିଥିଲେ ମଧ୍ୟ ଏହା କିଛି ସମୟ ପରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଥିଲେ। ତଥାପି ଏପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ନିଶ୍ଚିତକରଣ ଆସିନାହିଁ।

ଇରାନୀ ଗଣମାଧ୍ୟମ ପରେ ନିଶ୍ଚିତ କହି କହିଛି ଯେ, ଖାମେନେଇଙ୍କ ମୃତ୍ୟୁ ହୋଇ ସାରିଛି। ପୂର୍ବରୁ ଗଣମାଧ୍ୟମ ଏହା ସ୍ପଷ୍ଟ କରିଥିଲେ ଯେ, ତାଙ୍କ ପୁତ୍ରବଧୂ, ଜ୍ୱାଇଁ ଏବଂ ନାତୁଣୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି,

ସେପଟେ ଟ୍ରମ୍ପଙ୍କ ପୋଷ୍ଟର ମାତ୍ର କିଛି ମିନିଟ୍ ପୂର୍ବରୁ, ହାତରେ ଖଣ୍ଡା ଧରିଥିବା ଏକ ଫଟୋ ନିଜ ସରକାରୀ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଥିଲା। ଫଟୋ ସହିତ ଥିବା କ୍ୟାପସନରେ ଲେଖାଥିଲା, “ନାମି ହେଦର ଅର୍ଥାତ୍ ତାଙ୍କ ଉପରେ ଶାନ୍ତି ହେଉ।” ଯାହା ଖାମେନେଇଙ୍କ ମୃତ୍ୟୁ ଖବରକୁ ଅଧିକ ଇନ୍ଧନ ଦେଉଥିଲା।

 

Comments are closed.