Latest Odisha News

BREAKING NEWS

ବ୍ରିଜଭୂଷଣଙ୍କୁ ଗିରଫ ଦାବିରେ ସୁପ୍ରିମକୋର୍ଟ ଗଲେ ରେସଲର

ନୂଆଦିଲ୍ଲୀ: ନ୍ୟାୟ ପାଇଁ ରାଜରାସ୍ତାରେ ଭାରତର ଷ୍ଟାର ରେସଲର । ଯୌନ ନିର୍ଯ୍ୟାତନା ମାମଲାରେ ସେମାନେ ଏଫଆଇଆର ରୁଜୁ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ଆମ ଧାରଣା ଜାରୀ ରହିବ ବୋଲି ବିନେଶ ଫୋଗଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକଙ୍କ ପରି ରେସଲର ସ୍ପଷ୍ଟ କରିଛନ୍ତି । ପୂର୍ବରୁ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ମୂଖ୍ୟ ବ୍ରିଜଭୂଷଣ ଶରଣ ସିଂ ତଥା ଅନ୍ୟ କୋଚମାନେ ମହିଳା ରେସଲରଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । କନ୍ନଟ ପ୍ଲେସ ଥାନାରେ ୭ଜଣ ମହିଳା ରେସଲର ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପରେ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ପାଇଁ ଏକ ପ୍ୟାନେଲ ପ୍ରସ୍ତୁତ କରାଯାଇଥିଲା ।

BjdElectrycity

ରେସଲରଙ୍କ କହିବା ଅନୁସାରେ ପ୍ୟାନେଲ ରିପୋର୍ଟ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଏହି ଘଟଣାରେ ସରକାରଙ୍କ ପକ୍ଷରୁ କିମ୍ବା ବ୍ରିଜଭୂଷଣଙ୍କ ତରଫରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଇତି ମଧ୍ୟରେ ଦୁଇ ପ୍ରତିଷ୍ଠିତ ରେସଲର ସାକ୍ଷୀ ଏବଂ ବବିତା ଫୋଗଟ ମୁହାଁମୁହିଁ ହୋଇଛନ୍ତି । ସାକ୍ଷୀ କହିଛନ୍ତି ବବିତାଙ୍କଠାରୁ ଆମେ କିଛି ଆଶା କରୁନି, ସେ ଏବେ ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.