Latest Odisha News

BREAKING NEWS

ପେଗାସସ ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ସାରା ଦେଶରେ ପେଗାସସ ଦୁୂର୍ନୀତି ନେଇ ତାତି ଜୋର ଧରିଥିବା ବେଳେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କମିଟି ଗଠନ କରିଛନ୍ତି । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ତଦନ୍ତ ତାଲିକାଭୁକ୍ତ ହେବାରୁ ଏହି କମିଟି ଗଠନ କରାଯାଇଛି । ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ଏହି କମିଟି ଗଠନ କରିଛି ।

ପୂର୍ବତନ ବିଚାରପତି ଏମଭି ଲୋକୁର, ବିଚାରପତି ଜ୍ୟୋର୍ତିମୟ ଭଟ୍ଟଚାର୍ଯ୍ୟଙ୍କୁ ଏହାର ନେତୃତ୍ୱ ଦିଆଯିବ । ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସଓ ଗ୍ରୁପର ଜଣେ ଭାରତୀୟ କ୍ଲାଏଂଟ ସ୍ପାଇୱେର ବ୍ୟବହାର କରି ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ ହ୍ୟାକ କରାଯାଇଥିବା ଅଭିଯୋଗ ଆସିଛି ।

Leave A Reply

Your email address will not be published.