Latest Odisha News

କବରରୁ ବାହାରିବ କି ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ

ସାଓପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ମୃତ ଦେହ କବରରୁ ବାହାର କରିବା ପାଇଁ ଜଣେ ମହିଳା ଦାବୀ କରିଛନ୍ତି । ଏହି ମହିଳାଜଣଙ୍କ ପେଲେଙ୍କ ଝିଅ ବୋଲି ଦାବୀ କରି ଆସୁଛନ୍ତି । ତାଙ୍କର ୨ଟି ସନ୍ତାନ ଏଡିହ୍ନୋ ନ୍ୟାସମେଂଟା ଓ ପ୍ଲାବିୟା କ୍ରିଷ୍ଟ୍ରିନା ଅଛନ୍ତି । ପେଲେଙ୍କର ୱିଲ ପଢ଼ିବା ପରେ ସେମାନେ ଡିଏନଏ ଟେଷ୍ଟ କରିବା ପାଇଁ ରାଜି ହୋଇଥିଲେ । ସୂଚନାଯୋଗ୍ୟ, ପେଲେଙ୍କ ୩ଥର ବିବାହ କରିଥିଲେ ଏବଂ ସେମାନଙ୍କ ୭ ସନ୍ତାନ ଅଛନ୍ତି । ଅଭିଯୋଗ ଆଣିଥିବା ମହିଳାଜଣଙ୍କ ତାଙ୍କ ଧରମ ଝିଅ । ମୁଁ ପ୍ରକୃତରେ ପେଲେଙ୍କ ଝିଅ କି ତାହା ପ୍ରମାଣ କରିବାକୁ ହେଲେ କବରରୁ ତାଙ୍କ ମୃତ ଦେହ ବାହାର କରିବାକୁ ପଡିବ ବୋଲି ସେ କହିଛନ୍ତି ।

ପେଲେ ତାଙ୍କ ସମ୍ପତିର ୩୦ ଭାଗ ବିଧବା ସ୍ତ୍ରୀଙ୍କୁ, ୬୦ ଭାଗ ସନ୍ତାନକୁ ଓ ୧୦ ଭାଗ ନାତି ଓ ନାତୁଣୀଙ୍କୁ ବାଂଟି ଦେଇଥିଲେ । ପେଲେଙ୍କ ଘରେ ଚାକରାଣୀ ଭାବେ ମ୍ୟାରିଆ କାମ କରୁଥିଲେ । ପେଲେଙ୍କ ପରିବାରବର୍ଗ କବରରୁ ତାଙ୍କ ମୃତ ଦେହ ବାହାର କରିବାକୁ ବିରୋଧ କରିବେ ବୋଲି ଜଣାପଡିଛି ।

Comments are closed.