ବ୍ରହ୍ମପୁର: ପେନସନ ବୃଦ୍ଧି ପାଇଁ ଅଭିନବ ଉପାୟରେ ପ୍ରତିବାଦ ବ୍ରହ୍ମପୁରରେ ମଙ୍ଗଳବାର ଦେଖିବାକୁ ମିଳିଛି । ଅଲ ଓଡ଼ିଶା ଇପିଏଫ୍ ପେନସନରର୍ସ ଆସୋସିଏଶନ୍ ଗଞ୍ଜାମ ଜିଲା ଶାଖା ତରଫରୁ ଏଭଳି ଉଦ୍ୟମ ହୋଇଛି । ବ୍ରହ୍ମପୁର ମୁଖ୍ୟ ଡାକଘର ନିକଟରେ ଏକତ୍ରିତ ହୋଇ ଜିଲା ସଭାପତି ପ୍ରତାପ ଚନ୍ଦ୍ର ଶତପଥୀ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଶତପଥୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪୨୦ଖଣ୍ଡ ପୋଷ୍ଟ କାର୍ଡ ପ୍ରେରଣ କରାଯାଇଥିଲା ।
ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କାକୁ ବୃଦ୍ଧି କରିବା, ଆୟୁସ୍ମାନ ଭାରତ ଯୋଜନାରେ ସମସ୍ତ ସଭ୍ୟଙ୍କୁ ସାମିଲ କରିବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରିବା ସହ ଅନ୍ୟାନ୍ୟ ଦାବି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏସବୁ ଦାବି ନେଇ ସଂଗଠନ ତରଫରୁ ବହୁ ଆନ୍ଦୋଳନ ଡାକରା ଦିଆଯାଇଛି । ହେଲେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ । ଏଣୁ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ପଠାଯାଇଥିବା ସୂଚନା ଦିଆଯାଇଛି ।
ଏଥିରେ ସଂଘର କର୍ମକର୍ତ୍ତା ଓ ସଭ୍ୟ ରବୀନ୍ଦ୍ରନାରାୟଣ ସାବତ, ଭାଗ୍ୟପ୍ରଭା ପଟ୍ଟନାୟକ, ରବୀନ୍ଦ୍ରନାଥ ସାମନ୍ତରାୟ, ରମେଶ ଚନ୍ଦ୍ର ସାହୁ, ବାଳକୃଷ୍ଣ, କେଦାରନାଥ ପାଣିଗ୍ରାହୀ, ମହେଶ୍ୱର ପାତ୍ର, ବସନ୍ତ ପଟ୍ଟନାୟକ ଉପସ୍ଥିତି ରହି ଚିଠି ପଠାଇଥିଲେ ।
Comments are closed.