Latest Odisha News

BREAKING NEWS

ଗଞ୍ଜାମରେ କୋଭିଡ ଟେଷ୍ଟ କରିବାକୁ ରାଜି ହେଉନାହାନ୍ତି ଲୋକେ

ଗଞ୍ଜାମ: ଗଂଜାମରେ କରୋନା ଟେଷ୍ଟ କରିବାକୁ ଲୋକେ ରାଜି ହେଉ ନାହାନ୍ତି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲାରୁ ଏପରି ଉଦବେଗଜନକ ଖବର ଆସିଛି । ସଂକ୍ରମିତ ଚିହ୍ନଟ ଅଂଚଳର ଲୋକଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଲୋକେ ସହଯୋଗ କରୁନାହାନ୍ତି । ଲକ୍ଷଣ ଲୁଚାଇ ଗଂଜାମ ବାସୀ ଏବେ ବିପଦରେ ଥିବା ବେଳେ ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ।

ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାରମ୍ବାର ନିବେଦନ କରାଯାଉଥିଲେ ବି ସ୍କ୍ରିନିଂ ପାଇଁ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ଓ କରୋନା ମୃତ୍ୟୁ ଗଂଜାମ ଜିଲ୍ଲାରୁ ହୋଇଛି । ତେଣୁ ପ୍ରଶାସନ ପକ୍ଷରୁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିରେ ପ୍ରଶାସନକୁ ସହଯୋଗ କରିବା ପାଇଁ ସଚେତନତା କରାଯାଉଥିଲେ ମଧ୍ୟ ଲୋକଙ୍କ ଉପରେ ଏହା ପ୍ରଭାବ ପକାଇ ନାହିଁ ।

Leave A Reply

Your email address will not be published.