Latest Odisha News

BREAKING NEWS

[ଭିଡିଓ] ମୁଣ୍ଡରେ ନଥିଲା ହେଲମେଟ୍‌, ବର୍ବରତାର ସୀମା ଡେଇଁଲା ପୋଲିସ !

ଉତ୍ତରାଖଣ୍ଡ: ହେଲମେଟ ନ ପିନ୍ଧିବା ଜଣେ ଯୁବକଙ୍କୁୁ ମହଙ୍ଗା ପଡିଛି । ଦଣ୍ଡ ସ୍ୱରୂପ ଚାଲାଣ କି ଜେଲ ଦଣ୍ଡାଦେଶ ନୁହେଁ ଯୁବକଙ୍କଙ୍କ ମୁଣ୍ଡରେ ଚାବି ପଶେଇଲା ପୋଲିସ ।

ଉତ୍ତରାଖଣ୍ଡର ରୁଦ୍ରପୁରରେ ସାମ୍ନାକୁ ଆସିଛି ପୋଲିସର ବର୍ବବରତା । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ସୋମବାର ରାତି ୮ଟାରେ ଦୀପକ ନାମକ ଜଣେ ଯୁବକ ଜଣେ ପଡୋଶୀଙ୍କ ସହ ପେଟ୍ରୋଲ ପମ୍ପରୁ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ପୋଲିସ ଅଧିକାରୀ ସେମାନଙ୍କୁ ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ । ହେଲେ ହେଲମେଟ ନ ପିନ୍ଧିଥିବାରୁ ପୋଲିସ ଓ ଦୀପକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ।

ଉତକ୍ଷୀପ୍ତ ହୋଇ ପୋଲିସ ଅଧିକାରୀ ଜଣକ ଦୀପକଙ୍କ ମୁଣ୍ଡକୁ ଏତେ ଜୋରରେ ଆଘାତ ଦେଇଥିଲେ ଯେ, ଚାବିଟି ତାଙ୍କ ମୁଣ୍ଡରେ ଧସେଇ ପଶିଥିଲା । ଫଳରେ ଗୁରୁତର ଅବସ୍ଥାରେ ଦୀପକଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା ।

ଖବର ପାଇ ସ୍ଥାନୀୟ ଲୋକେ ଥାନା ଘେରାଉ କରିବା ସହ ପଥରମାଡ କରିଥିଲେ । ଉତ୍ତେଜିତ ଲୋକଙ୍କୁ ଦେଖି ସଂପୃକ୍ତି ପୋଲିସ ବିଜୟ କାର୍କି ଖସି ପଳାଉଥିବାବେଳେ ଲୋକେ ତାଙ୍କୁ ଧରି ନିର୍ଧୁମ୍ ଛେଚିଥିଲେ । ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏତେମାତ୍ରାରେ ବୃଦ୍ଧି ହୋଇଥିଲା ଯେ ଏସ୍‌ପିଙ୍କ କଥାକୁ ମଧ୍ୟ ମାନିନଥିଲେ । ଶେଷରେ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡିଥିଲା ।

Leave A Reply

Your email address will not be published.