Latest Odisha News

ହରିଦ୍ୱାର ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁଙ୍କ ସମାଗମ, କରୋନା ନେଇ ସତର୍କ ପ୍ରଶାସନ

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଅବସରରେ ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି ରହିଛି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କରୋନା ମହାମାରୀକୁ ଖାତିର ନ କରି ହରିଦ୍ୱାରରେ ପହଞ୍ଚିଛନ୍ତି । ଆଜି ହରିଦ୍ୱାର କୁମ୍ଭରେ ସୋମବତୀ ଅମାବାସ୍ୟାର ଦ୍ୱିତୀୟ ଶାହୀ ସ୍ନାନ ହେଉଛି । ସକାଳୁ ‘ହର କି ପୋୖଡି’ରେ ମା’ ଗଙ୍ଗାରେ ଆସ୍ଥା ବୁଡ଼ ପକାଉଛନ୍ତି ।

ଗଙ୍ଗା ଘାଟ ଯାଏଁ ଯିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଶ୍ରଦ୍ଧାଳୁଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ବାଟ ସେମାନକୁ ଚାଲିକରି ଯିବାକୁ ପଡୁଛି ।

ସତ ସନ୍ୟାସୀ ଆଖଡ଼ା, ତିନ ବୈରାଗୀ ଆଖଡ଼ା, ହର କି ପୋୖଡି ବ୍ରହ୍ମକୁଣ୍ଡରେ ଶାହୀ ସ୍ନାନ କରିବେ ଶ୍ରଦ୍ଧାଳୁ । କୁମ୍ଭନଗରୀ ହରିଦ୍ୱାରରେ ମହାକୁମ୍ଭର ଶାହୀ ସ୍ନାନରେ ସମସ୍ତ ୧୩ ଆଖଡ଼ାର ସାଧୁ ଗୋଟିଏ ପରେ ଗୋଟିଏ ଗଙ୍ଗାରେ ସ୍ନାନ କରିବେ । ସବୁ ଆଖଡ଼ାକୁ ଅଧା ଘଣ୍ଟା ଲେଖାଏଁ ସ୍ନାନ ପାଇଁ ସମୟ ଦିଆଯାଉଛି ।

ସେପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ଯେପରି ନ ବଢିବ ସେଥିପାଇଁ ପ୍ରଶାସନ ମଧ୍ୟ ସତର୍କ ରହିଛି । ମହାକୁମ୍ଭରେ ଗଙ୍ଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ପୂର୍ବର କୋଭିଡ-୧୯ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ । କରୋନା ଯୋଗୁଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୁମ୍ଭ ମେଳା ଆୟୋଜନ ହୋଇଛି । ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ ମହାକୁମ୍ଭ ମେଳା ।

Leave A Reply

Your email address will not be published.