Latest Odisha News

BREAKING NEWS

ଆସାମ-ମେଘାଳୟ ରକ୍ତାକ୍ତ ସଂଘର୍ଷ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ

ଦିଶପୁର: ଆସାମ ଓ ମେଘାଳୟ ମଧ୍ୟରେ ଲାଗି ରହିତିବା ସୀମା ବିବାଦ ଗତକାଲି ଉଗ୍ର ରୂପ ନେଇଛି । ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ହିଂସା ମୋଡ ନେଇଛି । ପୋଲିସର ଗୁଳି ମାଡରେ ପରେଷ୍ଟ ଗାର୍ଡଙ୍କ ସମେତ ୫ ଜଣ ସ୍ଥାନୀୟ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି । ହିଂସାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ ମୋବାଇଲ ନେଟଓ୍ୱର୍କକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଆାସାମ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ମେଘାଳୟ ସୀମାରେ ଆଜି ସକାଳ ୩ଟା ସମୟରେ ବେଆଇନ କାଠ ଚାଳନା କରୁଥିବା ଏକ ଟ୍ରକକୁ ଆସାମର ଫରେଷ୍ଟ ଗାର୍ଡ ଦେଖିଥିଲେ । ଟ୍ରକକୁ ରୋକିବାକୁ ଯାଉଥିବା ବେଳେ ଟ୍ରକଟି ଖସିଯିବାକୁ ଚେଷ୍ଟା କରିଥିଲା । ଯାହାଫଳରେ ଗାର୍ଡ ଗୁଳି ଚଳାଇ ଟ୍ରକର ଚକକୁ ପଞ୍ଚର କରି ଦେଇଥିଲେ । ଏହାପରେ ଟ୍ରକ ଡ୍ରାଇଭର ସମେତ ୩ ଜଣଙ୍କୁ କାବୁ କରି ବନ ସୁରକ୍ଷାକର୍ମୀ ଜିରିକିଙ୍ଗ ନିକଟକୁ ଆଣିଥିଲେ। ଏଥିସହ ଜିରିକେଣ୍ଡିଂ ପୁଲିସ୍‌ ଷ୍ଟେସନକୁ ଖବର ଦେଇ ଅଧିକ ସୁରକ୍ଷାକର୍ମୀ ମଗାଇଥିଲେ।

ଅନ୍ୟପକ୍ଷେ ମେଘାଳୟ ପଟୁ ଶତାଧିକ ଲୋକ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଭୋର ପ୍ରାୟ ୫ଟା ବେଳେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ବନ ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତି ଥିବା କିଛି ପୁଲିସ୍‌ କର୍ମଚାରୀ ଆତ୍ମରକ୍ଷା ପାଇଁ ଲୋକଙ୍କୁ ଗୁଳିମାଡ଼ କରିଥିଲେ। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଥିଲେ ବେଳେ କେତେ ଜଣ ଅପରାଧୀ ଫେରାର୍ ହୋଇଯାଇଥିଲେ । ପରେ  ଫରେଷ୍ଟ ଗାର୍ଡ ଏହି ଘଟଣା ସଂପର୍କରେ ଜଣାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲେ ମଧ୍ୟ ସ୍ଥିତି ଅଧିକ ବିଗିଡ଼ି ନଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ମେଘାଳୟ ମୁଖ୍ୟମନ୍ତ୍ରୀ କେ. ସାଙ୍ଗମାଙ୍କ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଆସାମ ପୋଲିସ ଏବଂ ଫରେଷ୍ଟ ଗାର୍ଡଙ୍କ ଗୁଳିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୫ ଜଣ ସାଧାରଣ ଲୋକ ଅଛନ୍ତି ଏବଂ ସେମାନେ ମେଘାଳୟର । ଘଟଣାର ତଦନ୍ତ କରାଯିବା ସହ ଏପରି ଅମାନବିକ କାମ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.