Latest Odisha News

ବ୍ରେନକୁ ଶକ୍ତିଶାଳୀ କରିବାକୁ ନିଜକୁ ନିଜେ କଂରେଟ ନେଉଛନ୍ତି ରୋଗୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ଏଥିରେ ସଂକ୍ରମିତ ହୋଇଥିବା ଅନେକ ବ୍ୟକ୍ତିଙ୍କ ମେମୋରୀ ଲସ ହେଉଥିବା ଅଭିଯୋଗ ଆସୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏ ନେଇ ପୂର୍ବରୁ ସତର୍କ କରାଇ ଦେଉଛନ୍ତି । ଏବେ କିନ୍ତୁ ନିଜକୁ ନିଜେ କଂରେଟ ନେଇ ମେମୋରୀ ଲସରୁ ମୁକୁଳିବା ପାଇଁ କେତେକ ବ୍ୟକ୍ତି ଉଦ୍ୟମ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ଯାହାକି ଏକ ମାରାତ୍ମକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ମୁଣ୍ଡରେ ଇଲେକ୍ଟ୍ରୋଡ ଲଗାଇ ସେଥିରେ କଂରେଟ ପ୍ରବାହିତ କରୁଛନ୍ତି । ମସ୍ତଷ୍କ ମଧ୍ୟକୁ ଧୀରେ ଧିରେ ଏହି କଂରେଟ ପଂହଚୁଛି । ବ୍ରେନ ଫଗକୁ ଦୂରେଇବା ପାଇଁ ଏର୍ମେଜେନ୍ସି କେସରେ ଏହାକୁ ବିଶେଷଜ୍ଞମାନେ ବ୍ୟବହାର କରିଥାନ୍ତି । ମସ୍ତିଷ୍କ କେତେ ମାତ୍ରାରେ ବିଦ୍ୟୁତ ପ୍ରବାହକୁ ସହ୍ୟ କରିବ ସେ ନେଇ ଗବେଷଣା ଚାଲିଛି ।

ଯଦି ସବୁ କିଛି ଠିକଠାକ ହୁଏ ତାହାହେଲେ ଏହାକୁ ରୋଗୀ ଘରେ ନିଜକୁ ନିଜେ ବ୍ୟବହାର କରିପାରିବେ । ଯେପରି ଚା କିମ୍ବା କଫି ପିଇଲା ପରେ ଆମେ ବ୍ରେନ ସତେଜ ହୋଇଥାଏ । ସେପରି ଏହି କଂରେଟ ଟେକନିକ ମଧ୍ୟ ଏ ଭଳି କାର୍ଯ୍ୟ କରିବ । ଜଣେ ବ୍ୟକ୍ତି ଦିନକୁ ୨ ଥର ୨୦ ମିନିଟ ପାଇଁ ଏହାକୁ ବ୍ୟବହାର କରିପାରିବ । କଂରେଟ ନେବା ନିଶାରେ ପରିଣତ ହେଲେ କିଛି ମାତ୍ରାରେ ସାଇଡ ଇଫେକ୍ଟ ପରିଲକ୍ଷିତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ବିଶେଷଜ୍ଞ ବିନା ଏହି ପଦକ୍ଷେପ ଆପଣାଇବା ଠିକ ନୁହେଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

Comments are closed.