Latest Odisha News

ରେଳ ଷ୍ଟେସନ୍‌ରେ ଯାତ୍ରୀ ଅପେକ୍ଷା କରିଥିବା ବେଳେ ଟିଭି ସ୍କ୍ରିନ୍‌ ଚାଲିଲା ଅଶ୍ଳୀଳ ଭିଡିଓ; ତଦନ୍ତ ଆରମ୍ଭ

ପାଟନା: ବିହାରର ପାଟନା ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ ଶତାଧିକ ଯାତ୍ରୀ। ଟ୍ରେନ୍‌ ଆସିଲେ ନିଜ ନିଜ ଗନ୍ତବ୍ୟ ସ୍ତଳକୁ ଯିବେ। ଷ୍ଟେସନ୍‌ରେ ଲାଗିଥିବା ଟିଭିରେ ଚାଲୁଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଅଶ୍ଳୀଳ ଫିଲ୍ମ(ପର୍ଣ୍ଣ ଫିଲ୍ମ) ଦେଖାଇବା ଆରମ୍ଭ ହୋଇଗଲା। ପ୍ରାୟ ୩ ମିନିଟ ଧରି ପର୍ଣ୍ଣ ଭିଡିଓ ଚାଲିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ସମୋବାର ସକାଳ ୯.୩୦ରେ ଏଭଳି ଘଟଣା ଘଟିଛି।

ଷ୍ଟେସନ୍‌ ଟିଭିରେ ପର୍ଣ୍ଣ କ୍ଲିପ୍ ଚାଲିବା ପରେ ଯାତ୍ରୀମାନେ ତୁରନ୍ତ ଘଟଣାକୁ ନେଇ ସରକାରୀ ରେଳବାଇ ପୁଲିସ(ଜିଆର୍‌ପି) ଓ ରେଳବାଇ ସୁରକ୍ଷା ଫୋର୍ସ(ଆର୍‌ପିଏଫ୍‌) ଅଭିଯୋଗ କରିଛନ୍ତି। ହେଲେ ଜିଆର୍‌ପି କାର୍ଯ୍ୟାନୁଷ୍ଠାନ ନେବାର ବିଳମ୍ବ କରିବାରୁ ଆର୍‌ପିଏଫ୍‌ ପକ୍ଷରୁ ଟିଭିରେ ବିଜ୍ଞାପନ ଚଳାଇବାକୁ ଠିକା ନେଇଥିବା ଦତ୍ତ କମ୍ୟୁନିକେସନକୁ ଯୋଗାଯୋଗ କରିଥିଲେ। ଏବଂ ଲୋକଙ୍କ ସାମ୍ନାରେ ପର୍ଣ୍ଣ ଚଲାଇବା ବନ୍ଦ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଘଟଣା ପରେ ରେଳବାଇ କର୍ମଚାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହାପରେ ଦତ୍ତ କମ୍ୟୁନିସେନ ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯିବ ସହିତ ଫାଇନ୍ ବି ଲଗାଇଛି ରେଳ ବିଭାଗ। ମିଳିଥିବା ସୂଚନା ଅନୁସାରେ ରେଳବାଇ ବିଜ୍ଞାପନ ଦେଖାଇଭାକୁ ଦତ୍ତ କମ୍ୟୁନିକେସନ ସହିତ କରିଥିବା ଚୁକ୍ତିକୁ ରଦ୍ଦ କରିଛି। ବିଭାଗ ପକ୍ଷରୁ ଅଲଗା ଭାବେ ତଦନ୍ତ ଆରମ୍ଭ ହୋଇଛି।

ତେବେ ପାଟନା ରେଳଷ୍ଟେସନ୍‌ରେ ଏତେ ପ୍ଲାଟ୍‌ଫର୍ମ ଥାଉ ଥାଉ କେବଳ ୧୦ ନମ୍ବର ପ୍ଲାଟ୍‌ଫର୍ମରେ କାହିଁକି ଏଭଳି ଘଟଣା ଘଟିଲା ତାକୁ ନେଇ ମଧ୍ୟ ଉଠାଇଛନ୍ତି କେତେକ କର୍ମଚାରୀ। ଏନେଇ ରେଳ ବିଭାଗ ପକ୍ଷରୁ ଅଲଗା ଭାବେ ତଦନ୍ତ କରାଯାଉଛି।

Comments are closed.