Latest Odisha News

ଇଭିଏମ ଅଚଳକୁ ନେଇ ତାତିଲେ ଲୋକେ, ଅଫିସର-ଭୋଟର ମୁହାଁମୁହିଁ

ପୁରୀ: ସକାଳୁ ଲାଇନ ଦେଇଛନ୍ତି । ହେଲେ ଚାଲୁନାହିଁ ଇଭିଏମ । ଏହାସହିତ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ନେଇ ପୁରୀ ବ୍ରହ୍ମଗିରି ଗଡରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥରେ ଉତ୍ତେଜିତ ହେଲେ ଭୋଟର। ଇଭିଏମ ଅଚଳକୁ ନେଇ ରାଗିଗଲେ ଲୋକେ । ଫଳରେ ମୁହାଁମୁହିଁ ହେଲେ ଭୋଟର ଓ ପୋଲିସ । ଏହାକୁ ନେଇ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଭୋଟର ।

ସେପଟେ ଏହାକୁ ନେଇ ମିଡିଆ ଆଗରେ ଖୁବ୍ ବର୍ଷିଛନ୍ତି  ବ୍ରହ୍ମଗିରି ପ୍ରାର୍ଥୀନୀ ଉପାସନା ମହାପାତ୍ର । ଇଭିଏମରେ ମଧ୍ୟ ଗୁରୁତର ତ୍ରୁଟି ଥିବା କହିଛନ୍ତି ଉପାସନା । ଗୋଟିଏ ଜାଗାରେ ବଟନ ଦବାଇଲେ ଅନ୍ୟ ସ୍ଥାନରେ ମାରିହେଉଥିବା ଅଭିଯୋଗ ଆଣିଛନ୍ତି ଉପାସନା । ଏହା ସହିତ ବିଜେଡି ପକ୍ଷରୁ ବୁଥରେ ଏଜେଣ୍ଟ ଥିବା ବିଶ୍ବଜିତ୍ ବଳିଆର ସିଂହ ଉପସନା ମହାପାତ୍ରଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଏବେ ତେଜିଛି ଅସନ୍ତୋଷ ।

ସେହିପରି ରାଧାଗୋବିନ୍ଦପୁର ୧୧୫ ନଂ ବୁଥ ରେ ୨ ଗୋଷ୍ଠା ମଧ୍ୟରେ କନ୍ଦଳ ହୋଇଥିବାରୁ ୨ ଜଣ ଆହତ ହୋଇଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ଲୋକଙ୍କୁ ବୁଝାସୁଝା କରିବାର ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.