Latest Odisha News

ଡ୍ୟୁଟି ବେଳେ ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ଜୀବନ

ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍‌ ନଂ ୧୩୬ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭୋଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଉକ୍ତ ପୋଲିଂ ଏଜେଣ୍ଟଙ୍କୁ ମୃତ ଘୋଷଣା କଲେ ଡାକ୍ତର । ତେବେ ଅତ୍ୟଧିକ ଖରା କିମ୍ବା ଅନ୍ୟ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ଫଷ୍ଟ ହୋଇନାହିଁ ।

ସେହିପରି ଭୋଟ ଦେବାକୁ ଆସି ଜଣେ ବୃଦ୍ଧାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆ ନୂଆଗାଁ ବୁଥ୍‌ ରେ କିଛି ଏପରି ଘଟଣା ଘଟିଛି ।  ଭୋଟ୍‌ ଦେବା ବେଳେ ବୃଦ୍ଧା ଜଣଙ୍କ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.