Latest Odisha News

ହୀରା ଚାଖିଲେ ହୁଏ ମୃତ୍ୟୁ, ଏହା ସତ ନା କଳ୍ପନା

ପୃଥିବୀର ସବୁଠୁ ମହଙ୍ଗା ଜିନିଷ ଭିତରୁ  ହୀରା ହେଉଛି ଅନ୍ୟତମ । ଏହା ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ବିଜ୍ଞାନରେ ପଢିଥିବେ ଯେ ହୀରା ପୃଥିବୀର ସବୁଠୁ କଠିନ ପଦାର୍ଥ । ଏହା ବ୍ୟତୀତ ହୀରାକୁ କାର୍ବନର ଶୁଦ୍ଧ ରୂପ ମଧ୍ୟ କୁହାଯାଏ । ହୀରାକୁ ନେଇ ଲୋକମାନଙ୍କର ଏନେକ ଧାରଣା ରହିଛି । ଯଦି ଜଣେ ବ୍ୟକ୍ତି ହୀରା ଚାଟିଥାଏ, ତେବେ ସେ ମରିଯାଏ । ଏକଥା ଯେ କେତେ ସତ ଆସନ୍ତୁ ଜାଣିବା ।

ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ହୀରା ଚାଟିବା ଦ୍ୱାରା ମଣିଷ ମରିଯାଏ। ଏହା ସତ ନୁହେଁ କାରଣ ହୀରା ଏକ ବିଷାକ୍ତ ପଦାର୍ଥ ନୁହେଁ । ଯଦି କେହି ହୀରାକୁ ଗିଳିଦେବ ତେବେ ହୁଏ ତ ତାର ମୃତ୍ୟୁ ହେବାର ସମ୍ଭାବନା ଥାଏ ।

ହୀରା କାହିଁକି ଏତେ କଠିନ? ଅଙ୍ଗାରକାମ୍ଳରେ ନିର୍ମିତ ହୀରାର କଠିନତାର ରହସ୍ୟ ହେଉଛି ଏହାର ରାସାୟନିକ ସଂରଚନା ଯେଉଁଥିରେ ଅଙ୍ଗାରକାମ୍ଳର ପରମାଣୁ ପରସ୍ପର ସହିତ ଅତି ଦୃଢ ଭାବରେ ବାନ୍ଧିହୋଇ ରହିଥାନ୍ତି  । ଏଥିରେ ଗୋଟିଏ କାର୍ବନ ପରମାଣୁ ଅନ୍ୟ ଚାରିଟି ପରମାଣୁ ସହିତ ଯୋଡି ହୋଇଥାଏ । ହୀରାର ଓଜନ ୧ କ୍ୟାରେଟ୍ ପ୍ରାୟ ୨୦୦ ମିଲିଗ୍ରାମ ସହିତ ସମାନ ଅଟେ ।

Comments are closed.