Latest Odisha News

ସରୁନି ବିସ୍ଥାପିତଙ୍କ ଦୁଃଖ, ଶୁଣୁନି ପ୍ରଶାସନ

ନୂଆପଡା : ବିସ୍ଥାପିତଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ  । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ବିସ୍ଥାପିତ । ନୂଆପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ତିଆରି ପାଇଁ ଶହଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇ ଖର୍ଚ୍ଚ ହୋଇଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ଏହି ପ୍ରକଳ୍ପରୁ ନୂଆପଡା ଜିଲ୍ଲା ଖଡ଼ିଆଳ ଓ ବୋଡେ଼ନ ବ୍ଲକର ତେର ହଜାର ପାଞ୍ଚ ଶହ ହେକ୍ଟର ଜମି ଓ ବଲାଙ୍ଗୀର ଜିଲ୍ଲାର ୧୬ ହଜାର ଚାରିଶହ ହେକ୍ଟର ଜମି ଜଳସେଚିତ ହେଉଅଛି।

୨ହଜାର ମସିହାରେ ଏହି ଡ୍ୟାମ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୦୨୧ ରେ  କାର୍ଯ୍ୟକ୍ଷମ ହୋଇ ପାରିଥିଲା। ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ତିରିଶଟି ଗାଁ କୁ ବୁଡି ଅଞ୍ଚଳ ଭାବରେ ଘୋଷଣା ହୋଇଥିଲା l ଦଶଟି ଗାଁ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ହୋଇଥିବା ବେଳେ କୋଡିଏ ଗାଁ ଆଂଶିକ ବୁଡି ଅଞ୍ଚଳ ଭାବରେ ଘୋଷିତ ହୋଇଥିଲା। କିନ୍ତୁ ଏଯାଏଁ ବିସ୍ଥାପିତଙ୍କ ଦୁଃଖ ଦୁର୍ଦ୍ଦଶା ଥମିବାର ନାଁ ନେଉ ନାହିଁ । ଅନେକ ଦାବି ପୂରଣ ହୋଇ ନାହିଁ, ତେଣୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ତରଫରୁ ପଂଚାୟତ ପ୍ରତିନିଧି ମାନେ ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଦାବୀ ପୂରଣ ନହେଲେ ଆନ୍ଦୋଳନ କୁ ଓ଼ହ୍ଲାଇବାର ଚେତାବନୀ ଦେଇଛନ୍ତି।

ବିସ୍ଥାପିତ ମାନେ ହରାଇଥିବା ଜମିର ଉପଯୁକ୍ତ କ୍ଷତିପୂରଣ ପାଇଲେ ନାହିଁ ସରକାର ସେମାନଙ୍କ ଜମି ଉଚିତ୍‌ ଦର ଦେଇନଥିଲେ। ଏତେ କମ ସହାୟତାରେ ସେମାନେ ବଞ୍ଚିବେ କେମିତି? ଏନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ତରଫରୁ କିଛି ଜନ ପ୍ରତିନିଧି ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଙ୍କୁ ଭେଟି ଦଶ ଦଫାର ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ଦାବି ସବୁ ସମାଧାନ ପାଇଁ ରାସ୍ତା ବାହାର ନକଲେ ଆସନ୍ତା ଉଣେଇସି ତାରିଖ ଦିନ  ଆମରଣ ଅନଶନ କରିବେ ବୋଲି ଚେତାବନୀ ଦିଆଯାଇଛି। ବିସ୍ଥାପିତ ମାନଙ୍କ ଦାବି ମାନଙ୍କ ମଧ୍ୟରୁ ପେଣ୍ଡରାବନ ଗ୍ରାମକୁ ବୁଡି ଅଞ୍ଚଳ ଘୋଷଣା, ଜମି ଅଧିଗ୍ରହଣ କରି ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ ଆଦି ଦାବି ପୂରଣ ନେହେଲେ ଯେଉଁ ଆନ୍ଦୋଳନ ହେବ ସେଥି ପାଇଁ ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

ଲୋୟର ଇନ୍ଦ୍ର ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ ନେଇ ବାରମ୍ବାର ଆନ୍ଦୋଳନ ହେଉଥିଲେ ହେଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉଁନଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି । ବିଶେଷ କରି ବିଭାଗୀୟ ଅଧିକାରୀ ଓ ଦଲାଲ ଙ୍କ ମଧୁଚନ୍ଦ୍ରିକା ରେ ବିସ୍ଥାପିତ ବଳି ପଡୁଥିବା ଅଭିଯୋଗ ହୋଇଛି । ଏଣୁ ଏଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଦରକାର ।

Comments are closed.