Latest Odisha News

BREAKING NEWS

ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନବୀନ ଚିଠି ଲେଖିଛନ୍ତି । ଯେଉଁଥିରେ SAIL ସହ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ହୋଇଥିବା ରାଜିନାମା ନବୀନକରଣ ସହ ରନୱେ କାମ, ଟର୍ମିନାଲ୍ ବିଲ୍ଡିଂ, ଏୟାରପୋର୍ଟ ସିଷ୍ଟମ୍ ଇନଷ୍ଟଲସେନ୍ ଆଦି କାର୍ଯ୍ୟ ତଦାରଖ କରି ସାରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ଭଳି ମେଟ୍ରୋ ସିଟିକୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ଏୟାରଲାଇନ୍ସକୁ ରାଜି କରାଇବା ଲାଗି ହସ୍ତକ୍ଷେପ ପାଇଁ ଚିଠି ଲେଖିଛନ୍ତି ନବୀନ । ସେଲ୍ ମାଲିକାନାରେ ଥିବା ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ବେଳେ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଉଡ଼ାଣ ସ୍କିମରେ ଏଠାରୁ ବିମାନ ଚଳାଚଳ ନେଇ ସେଲ୍ ସହ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ୨୦୧୮ ଏପ୍ରିଲ୍ ୧୩ରେ ରାଜିନାମା ସ୍ୱାକ୍ଷର କରିଥିଲା ।

Leave A Reply

Your email address will not be published.