Latest Odisha News

BREAKING NEWS

ରାସ୍ତା ନାହିଁ ଯିବୁ କେମିତି? ରାସ୍ତା ଦୁରାବସ୍ଥା ପାଇଁ ଚିନ୍ତାରେ ଗ୍ରାମବାସୀ

ଯାଜପୁର: ରାସ୍ତାର ଯୁଆଡେ ଦେଖିବ ସିଆଡେ ଖାଲ । ରାସ୍ତାସାରା ପାଣିକାଦୁଅ । ଆଉ ଏହିପରି ରାସ୍ତାରେ ଯିବାଆସିବା କରୁଛନ୍ତି ଅନେକ ଳୋକ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ଅଞ୍ଚଳବାସୀ । ରାସ୍ତାର ଏପରି ଅବସ୍ଥା ଏବେକାର ନୁହେଁ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ଏ ରାସ୍ତାର ଅବସ୍ଥା ଏପରି ପଡିଛି । ଆଉ ସେଥିରେ ପ୍ରତ୍ୟକ ଦିନ ଚଳପ୍ରଚଳ କରୁଛନ୍ତି ଅନେକ ଳୋକ । ଏ ହେଉଛି କୋରେଇ ବ୍ଲକ ପଛୀକୋଟ ପଞ୍ଚାୟତ ଆଇଚପୁର ଠାରୁ ଓସ୍ତପାଳକୁ ସଂଯୋଗ କରୁଥିବା ରାସ୍ତା l

ପ୍ରତ୍ୟେକ ଦିନ ସ୍କୁଲ, କଲେଜ ଯିବାପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଜରୁରୀ ପରିସ୍ଥିତିରେ ଗାଁକୁ ଆସି ପାରୁନି ଆମ୍ବୁଲାନ୍ସ କି ଦମକଳ। ଆମ୍ବୁଲାନ୍ସକୁ ଫୋନ କଲେ ଆମ୍ବୁଲାନ୍ସ ଆସୁଛି ସତ କିନ୍ତୁ ୨ କିଲୋମିଟର ଦୁରରେ ଠିଆ ହୋଇ ରହୁଛି। ତେଣୁ ରୋଗୀକୁ ଭାର ବା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ୁଛି। ଅନ୍ୟଦିନ ମାନଙ୍କରେ କଷ୍ଟେମଷ୍ଟେ ଚଳିଯାଉଥିଲେ ମଧ୍ୟ ବର୍ଷା ଦିନ ଆରମ୍ଭ ହେଲେ ଆରମ୍ଭ ହେଉଛି ଯମଜନ୍ତ୍ରଣା । ଘରୁ ବାହାରିବା ବି କଷ୍ଟକର ହୋଇପଡୁଛି । ବାରମ୍ବାର ଅଭିଯୋଗ ସତ୍ଵେ ମଧ୍ୟ କାହିଁକି ପ୍ରଶାସନର ଦୃଷ୍ଟି ଏହି ରାସ୍ତା ଉପରେ ପଡୁନି ତାହା ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି l  ସେପଟେ ଯଦି ତୁରନ୍ତ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ କରାନଯାଏ ତେବେ ଆନ୍ଦୋଳନ କୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

ଏପଟେ ରାସ୍ତା କାର୍ଯ୍ୟର ଅବଧି ସରିବାକୁ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଧା କାମ ସରିନି l ୫ କୋଟି ରୁ ଉର୍ଦ୍ଧ  ଟଙ୍କା ରେ ନିର୍ମାଣ ହୋଇଥିବା ଏହି ରାସ୍ତା କାର୍ଯ୍ୟକୁ ନେଇ ଏବେ ଉଠିଛି ପ୍ରଶ୍ନ l ଏହି ରାସ୍ତା ଲୋକଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହୋଇଛି l ହେଲେ ଲୋକଙ୍କ କାମରେ ଲାଗି ପାରୁନି l ଏନେଇ ପଚାରିବାରୁ ଆପଣଙ୍କ ପାଖରୁ ଖବର ପାଇଲି। ଏ ବିଷୟରେ ତଦନ୍ତ କରାଯିବ. ଯଦି ଅସୁବିଧା ଥାଏ ଠିକାଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ରାସ୍ତା କାର୍ଯ୍ୟ ମଧ୍ୟ୍ ଖୁବଶୀଘ୍ର ଶେଷ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Comments are closed.