ଭୁବନେଶ୍ଵର: ରବିବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା ଅନୁଭୁତ ହୋଇଥିବା ସାଧାରଣ ଲୋକେ ଦାବି କରିଥିଲେ। ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଉଚ୍ଚ ଶବ୍ଦ ହେବା ସହ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଭୁବନେଶ୍ୱରରେ କୌଣସି ଭୂକମ୍ପ କାର୍ଯ୍ୟକଳାପ ଉପରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କୌଣସି ସୂଚନା ଦେଇ ନାହିଁ। ତଥାପି ଅନେକ ଲୋକ ଉଚ୍ଚ ଶବ୍ଦ ଶୁଣିବା ପରେ ଭୟଭୀତ ହୋଇପଡିଥିଲେ।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଯେତେବେଳେ ମୁଁ ଶୋଇଥିଲି ଏକ ଶବ୍ଦ ଶୁଣିବାକୁ ପାଇଲି ଏବଂ ସେତେବେଳେ ଏହା ଭୂମିକମ୍ପ ଭଳି ଅନୁଭବ ହେଲା।” ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଯେ ସେ ସକାଳ ବୁଲିବାକୁ ବାହାରକୁ ଯିବାବେଳେ ତାଙ୍କ ସାଇକେଲ ଖସି ପଡିଥିଲା ଏବଂ ସେ ଭୂମିକମ୍ପ ଝଟକା ଅନୁଭୁତ କରିଥିଲେ। ସମାନ ଅନୁଭୂତି ଅନ୍ୟ କିଛି ଲୋକେ ସେୟାର କରିଛନ୍ତି। ସୂଚନା ଥାଉକି ଆଜି ସକାଳ ୭.୧୦ ରୁ ୭.୨୦ ମଧ୍ୟରେ ସକାଳେ ହଠାକ ଏକ ଶବ୍ଦ ହେଲା। ଏହାପରେ କିଛି ଲୋକେ ଅନୁମାନ କରିଥିଲେ ଯେ ଏହା ସାମାନ୍ୟ ଭୂକମ୍ପ ଝଟକା ହୋଇଥାଇ ପାରେ।
ଆଜି ସକାଳେ ଭୁବନେଶ୍ୱରରେ କୌଣସି ଭୂମିକମ୍ପ ହୋଇନଥିବା ଏନସିଏସ୍ ପକ୍ଷରୁ ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ଝାଡଖଣ୍ଡରେ ଶନିବାର ସକାଳେ ଭୂମିକମ୍ପ ଝଟକା ଅନୁଭୂତି ହୋଇଥିଲା। ରାଞ୍ଚିଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଖୁଣ୍ଟି ଜିଲ୍ଲାରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ରିକ୍ଟର ସ୍କେଲ୍ ୩.୬ ମ୍ୟାଗ୍ନିଚ୍ୟୁଡ ରହିଥିଲା।
EQ of M: 3.6, On: 02/11/2024 09:20:43 IST, Lat: 23.05 N, Long: 85.59 E, Depth: 5 Km, Location: Khunti, Jharkhand.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/1sOhXWGIC9— National Center for Seismology (@NCS_Earthquake) November 2, 2024

Comments are closed.