Latest Odisha News

“ଆ କା ମା ବୈ, ପାନ ଗୁଆ ଥୋଇ….” ଗୀତ ଗାଇ ଡଙ୍ଗା ଭସାଇଲେ ଲୋକ

ଭୁବନେଶ୍ବର/ କଟକ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ତେଣୁ ବଡି ଭୋରରୁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୁବନେଶ୍ବର ବିନ୍ଦୁ ସାଗରଠୁ ଆରମ୍ଭ କରି କଟକର ଗଡଗଡିଆ ଘାଟ ସବୁଠି ଡଙ୍ଗା ଭସାଇବାକୁ ଲାଗିଛି ଲୋକଙ୍କ ଭିଡ । ପ୍ରାତଃକାଳରୁ ଆବାଳ ବୃଦ୍ଧ ବନିତା ସମସ୍ତେ ନଦୀରେ ବୁଡ଼ ପକାଇ ଠାକୁର ଦର୍ଶନ କରିବା ସହ କଦଳୀ ବାହୁଙ୍ଗା ବା ସୋଲରେ ତିଆରି ଡଙ୍ଗାରେ ଦୀପ ଜାଳି ପରିବାରର ମଙ୍ଗଳ ମନାସି ଡଙ୍ଗା ଭସାଇଛନ୍ତି ।

‘ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ସ୍ବରରେ ପ୍ରକମ୍ପିତ ହୋଇଛି ସବୁ ନଦୀ ପଠା । ବିଶ୍ୱାସ ରହିଛି, ଏହି ଦିନ ପ୍ରାତଃକାଳରୁ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ସେପଟେ ଭିଡକୁ ଦୃଷ୍ଟିରେ ରଖି ପ୍ରତି ନଦୀପଠା ଗୁଡିକରେ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.