Latest Odisha News

BREAKING NEWS

ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ, ସରକାରୀ ସହାୟତା ପାଇଁ ପରିବାରର ନିବେଦନ

କଳାହାଣ୍ଡି : ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ। ଜରି ପାଲ ତଳେ ବିତୁଛି ଜୀବନ। ଧର୍ମଗଡ଼ ଏନଏସି ର ୱାର୍ଡ ନମ୍ବର ୩ ରେ ରହୁଥିବା ସୁଲୋଚନା ନାଏକ ଓ ତାଙ୍କ ପତି ମୋହନ ଦାସ ନାଏକ ଏପରି ଦୟନୀୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ରହିବା ପାଇଁ ନା ଅଛି ନିଜସ୍ୱ ଘର। ଦୀର୍ଘ ବର୍ଷ ହେବ ଏହି ପରିବାର ବେସରକାରୀ ଜାଗାରେ ଖରା ବର୍ଷା ତଳେ ପଲିଥିନ ଜରି ଟାଙ୍ଗୀ ରହି ଦିନ କାଟୁଛନ୍ତି।

ଏନେଇ ତାଙ୍କ ପଡୋଶୀ ଓ ସୁଲୋଚନା ନାଏକ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ଏନେଇ ଆମ ରିପୋର୍ଟର ଧର୍ମଗଡ଼ ତହସିଲଦାରଙ୍କୁ ଜଣାଇବା ପରେ ,ସେ ତିନି ମାସ ଭିତରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.