Latest Odisha News

BREAKING NEWS

ଶୁଣିଲେନି ପ୍ରଶାସନ, ରାସ୍ତା ମରାମତି ଓ ଗାଁ ସଫେଇ କଲେ ଅଙ୍ଗନୱାଡ଼ି ଦିଦି

କଳାହାଣ୍ଡି: ଅଙ୍ଗନୱାଡ଼ି ଦିଦିଙ୍କ ମହାନତା। ରାସ୍ତା ମରାମତି ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ। ହେଲେ କେହି କର୍ଣ୍ଣପାତ କରିଲେନି। ଶେଷରେ ଗାଁ ସଫେଇ ଓ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଙ୍ଗନୱାଡ଼ି ଦିଦି। ତାଙ୍କର ମହାନତା ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଘୋଟିଆ ଗ୍ରାମରେ ପର୍ଦେସନ୍ ମନ୍ଦିର ପାଖ ଓ ଉଆ ଖାଲରୁ ବିଜୁ ଏକ୍ସପ୍ରେସ ରାସ୍ତା ବ୍ରିଜ ପର୍ଯ୍ୟନ୍ତ ଖାଲ ଢ଼ିପ ହୋଇ ରହିଥିଲା। ବର୍ଷା ହେଲେ ରାସ୍ତା ସାରା କାଦୁଅ ହୋଇଯାଏ। ଯାହାଦ୍ୱାରା ଯିବାଆସିବା ପାଇଁ ଲୋକଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗ୍ରାମବାସୀ ଅଙ୍ଗନୱାଡ଼ି ଦିଦିଙ୍କୁ ଏହି ସମସ୍ୟା ବିଷୟରେ ଜଣାଇଥିଲେ। ଅଙ୍ଗନୱାଡ଼ି ଦିଦି ଗାଁ କଲ୍ୟାଣୀ ତରଫରୁ ଗାଁ ସଫେଇ କାର୍ଯ୍ୟ ସହ ମୋରମ ପକାଇ ରାସ୍ତା ମରାମତି କରିଥିଲେ।

ଗାଁର ଅଙ୍ଗନୱାଡ଼ି ତରୁଣୀ ବିଶି, ଆଶା ଦିଦି ସୁନୀତା ଦୁର୍ଗା, ଗାଁର ୱାର୍ଡ଼ ନମ୍ବର ୪ର ମେମ୍ବର ଶକୁନ୍ତଳା ମାଝି, ଗାଁ କଲ୍ୟାଣ ସମିତି ସଦସ୍ୟ କମଳା ଜାଲ, ସୁରୁବାଲି ଜାଲ, ମୋହନ ମତି ରଣା, ଗାଁର ଝାଙ୍କର ସୁଦର୍ଶନ ମାଝିଙ୍କ ଉପସ୍ଥିତିରେ ଗାଁର ସଫେଇ କାର୍ଯ୍ୟ ସହ ରାସ୍ତା ମରାମତି ହୋଇଥିଲା। ଅଙ୍ଗନୱାଡ଼ି ଦିଦିଙ୍କ ମହାନତା ଦେଖି ସବୁଠି ପ୍ରଶଂସା କରାଯାଇଛି।

Leave A Reply

Your email address will not be published.