Latest Odisha News

BREAKING NEWS

ପାଚେରୀ ନିର୍ମାଣକୁ ନେଇ ଆର୍ସେଲର ସହ ମୁହାଁମୁହିଁ ଗ୍ରାମବାସୀ

ପାରାଦୀପ: ପୁଣି ଥରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସହ ମୁହାଁମୁହିଁ ହାଣ୍ଡିଆ ଗ୍ରାମବାସୀ । କମ୍ପାନୀର ପାଚେରୀ ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ । ୧୫ବର୍ଷରୁ ଏସାର କମ୍ପାନୀ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କରିବା ସମୟରେ ଗ୍ରାମବାସୀ ଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରି ନ ଥିବା ବେଳେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଏସାର କମ୍ପାନୀ ଠାରୁ ତିନିବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ସ୍ଥାନ ଅଧିଗ୍ରହଣ କରିଚାଲିଛି ।

ତେବେ ଏସାର କମ୍ପାନୀ ଅଧିଗ୍ରହଣ କରିଥିବା ଜମିରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ତାର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ବେଳେ ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଗ୍ରାମବାସୀଙ୍କୁ ନିଯୁକ୍ତି ଦେଇନଥିବାରୁ ଗ୍ରାମବାସୀ ବି କମ୍ପାନୀ ଉପରେ ଭରସା କରୁନାହାଁନ୍ତି । ଏବେ ବିସ୍ଥାପିତ ସମସ୍ୟା ବି ବଢିବାରେ ଲାଗିଛି । ଦାବିପୂରଣ ହେଉନଥିବାରୁ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.