Latest Odisha News

ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ: ଗୋଟିଏ ଦିନରେ ମାଡ କଲା ୭୦ ମିସାଇଲ

କୀଭ: ୟୁକ୍ରେନ ଉପରେ ରୁଷ ସବୁଠାରୁ ବଡ ଆକ୍ରମଣ ଶୁକ୍ରବାର କରିଛି । ରିପୋର୍ଟ ମୁତାବକ ରୁଷ ପକ୍ଷରୁ ୭୦ ମିସାଇଲ ମାଡ କରାଯାଇଛି । ଏଥିଯୋଗୁ ୩ଟି ସହର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ଏକ ପ୍ରକାର ବ୍ଲାକଆଉଟ ପରିସ୍ଥିତି ଉପୁଜିଛି । ୟୁକ୍ରେନ ଲୋକମାନେ ବଙ୍କରରେ ଲୁଚି ଛପି ଜୀବନ ଯାପନ କରୁଛନ୍ତି । ରାଷ୍ଟ୍ରପତି ଭୋଲଡେମିୟର ଜେଲେନସ୍କି ନାଟୋ ଦେଶର ସହାୟତା ମାଗିଛନ୍ତି । ସେ ରୁଷକୁ ରକେଟର ପୂଜାରୀ କହିବା ସହ ଡିଫେନ୍ସ ସିଷ୍ଟମକୁ ମଜଭୁତ କରିବା ପାଇଁ ସହଯୋଗ କରିବାକୁ ୟୁରୋପୀୟ ଦେଶଗୁଡିକୁ ଅନୁରୋଧ କରିଛି ।

BjdElectrycity

ରୁଷ ହଠାତ ଅତ୍ୟଧିକ ଉଗ୍ର ହୋଇ ଉଠିବ ଯୋଗୁ ନାଟୋ ମୂଖ୍ୟ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ରୁଷ ମଧ୍ୟ ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବାକୁ ଚାହୁଁଛି । ୟୁରୋପୀୟ ଦେଶଗୁଡିକ ସହଯୋଗ ଯୋଗୁ ଏହା ସମ୍ଭବପର ହେଉ ନାହିଁ । ଏହା ଦ୍ୱାରା ଉଭୟ ଦେଶର ପ୍ରଚୁର କ୍ଷୟ କ୍ଷତି ହେବାରେ ଲାଗିଛି ।

Leave A Reply

Your email address will not be published.