Latest Odisha News

BREAKING NEWS

ବାଟ କାଟି ପଳାଉଥିଲେ ବିଧାୟିକା, ୭ କି.ମି ପର୍ଯ୍ୟନ୍ତ ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ

କରଞ୍ଜିଆ : ଲୋକଙ୍କ ଭିଡ଼ ଦେଖି ବାଟ କାଟି ଚାଲି ଯାଉଥିବା ବିଧାୟିକାଙ୍କୁ ଅଟକାଇ ଚଲାଇ ଚଲାଇ ନେଇଛନ୍ତି ଉତ୍ୟକ୍ତ ଲୋକେ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ । କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ 7 କିମି ପର୍ଯ୍ୟନ୍ତ ଚଲାଇ ଚଲାଇ କ୍ଷତିଗ୍ରସ୍ତ ଅଞ୍ଚଳ ଓ ପନିପରିବା ଚାଷ ଆଦି ଦେଖାଇଛନ୍ତି ସ୍ଥାନୀୟ ଲୋକ ।  

ସୂଚନା ଅନୁସାରେ, ଅନେକ ଦିନ ହେବ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ଆଜି 220 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ସମୟରେ କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ ଉକ୍ତ ରାସ୍ତା ଦେଇ ବାରିପଦା ଯାଉଥିଲେ ।  ଉତ୍ୟକ୍ତ ଲୋକେ ନିଜ ସମସ୍ୟା ସମ୍ପର୍କରେ ବିଧାୟିକାଙ୍କୁ ଜଣାଇବାକୁ ଚେଷ୍ଟା କରିବାରୁ ସେ ବାଟ କାଟି ଚାଲିଯିବାକୁ ଚେଷ୍ଟା କରିଥିଲେ । ଏହା ଦେଖି ଲୋକେ ବିଧାୟିକାଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ ।  

ଗତ ମାସେ ଧରି ତାଟ, କୁଂଜିଆ, ବିଉଁରିଆ, ନାକୁଡା ମତା ଭଳି ଗାଁରେ ହାତୀ ମାତିଛନ୍ତି . ପନିପରିବା, ଘରଦ୍ବାର ସହ କଦଳୀ ବଗିଚା ନଷ୍ଟ କରିଛନ୍ତି । ସମସ୍ୟା ସମାଧାନ ନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଏଥିରେ ଉତ୍ୟକ୍ତ ହୋଇ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହ 220 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକ । 

 

:

Leave A Reply

Your email address will not be published.