ନୂଆଦିଲ୍ଲୀ: ଯଦି ଲୋକମାନେ ମାସ୍କ ପିନ୍ଧିବାକୁ ମନା କରନ୍ତି, ତେବେ ସେମାନଙ୍କୁ ମାସେ ନୁହେଁ କି ଦୁଇ ମାସ ନୁହେଁ ଏକାବେଳେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି କଠୋର ନିୟମ ଲାଗୁ କରିଥିବା ଦେଶର ନାମ ହେଉଛି ଇଥିଓପିଆ। ଏହା ସହିତ ନୂଆ ଗାଇଡ୍ଲାଇନ୍ ଅନୁଯାୟୀ ମାସ୍କ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ସୂଚିତ କରାଯାଇଛି।
ଇଥିଓପିଆ ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ। କରୋନାକୁ ରୋକିବା ପାଇଁ ଏପ୍ରିଲରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହାପରେ ସେପ୍ଟେମ୍ବରରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଥିଲା, କିନ୍ତୁ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି।
ବର୍ତ୍ତମାନ ଇଥିଓପିଆରେ ଲାଗୁ ହୋଇଥିବା କଡା ନିୟମ ଅନୁଯାୟୀ, ତିନିରୁ ଅଧିକ ଲୋକଙ୍କୁ ଏକ ଟେବୁଲରେ ବସିବା ମନା ଏବଂ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଇଥିଓପିଆ ସରକାର କହିଛନ୍ତି ଯେ ଏକେ ବଡ଼ ମହାମାରୀକୁ ନେଇ ଲୋକମାନେ ସଚେତନ ନୁହଁନ୍ତି ଏବଂ କରୋନା ନଥିବା ପରି ଜୀବନଯାପନ କରୁଛନ୍ତି। ଇଥିଓପିଆର ସ୍ୱାସ୍ଥ୍ୟମନ୍ତ୍ରୀ ଲିଆ ଟେଡେସ କହିଛନ୍ତି ଯେ ଯଦି ଲୋକମାନେ ସଜାଗ ନ ରୁହନ୍ତି ତେବେ ରୋଗ ବୃଦ୍ଧି ପାଇବ ଏବଂ ଏହା ଦେଶ ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ।
ସରକାରୀ ଆକଳନ ଅନୁଯାୟୀ, ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏପର୍ଯ୍ୟନ୍ତ ୯୧ ହଜାର ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୧୪୦୦ ଲୋକଙ୍କର ମୃତ୍ୟୁ ଘଟିଛି।
ଇଥିଓପିଆ ଚଳିତ ବର୍ଷ ଅଗଷ୍ଟରେ ହେବାକୁ ଥିବା ଆଞ୍ଚଳିକ ଏବଂ ସଂସଦ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖିାଯାଇଛି। ସୂଚନା ଅନୁଯାୟୀ ନିର୍ବାଚନକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଇଥିଓପିଆର ଜନସଂଖ୍ୟା ୧୧ କୋଟି ୫୮ ଲକ୍ଷ।
BREAKING NEWS
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
- ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ
- ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
- ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ
- ଗୋଷ୍ଠୀ କନ୍ଦଳକୁ ନେଇ ଫୁଟିଲା ବୋମା, ଛିଡିଗଲା ହାତ ପାପୁଲି…
Comments are closed.