Latest Odisha News

BREAKING NEWS

ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ 

ଫୁଲବାଣି: ଜଳୁଛି ଥାନା । ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ  । ଫିରଙ୍ଗିଆ  ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଉତ୍ତେଜନା ଦେଖା ଦେବା ପରେ ଥାନାରେ ନିଆଁ ଲଗାଇ ଦେଇଥିବା ଜାଣିବାକୁ ମିଳିଛି । ଗଞ୍ଜେଇ ଚାଲାଣରେ  ଅଭିଯୋଗ ଏପରି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଲୋକେ ।  ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

BjdElectrycity

ବିଭିନ୍ନ ଘଟଣାରେ ଜବତ ହେଉଥିବା ଗଞ୍ଜେଇକୁ ଫିରିଙ୍ଗିଆ ଥାନାର ଆଇଆଇସି ବିକ୍ରି କରୁଥିବା ସ୍ଥାନୀୟ ଲୋକେ ଅଭିଯାେଗ କରିଛନ୍ତି ।  ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,  ଏହି ଥାନା ଅଧିନରେ ଯେତେ ଚୋରା ଗଞ୍ଜେଇ ଜବତ ହେଉଛି ତାହାକୁ ଆଇଆଇସି ହୋମଗାର୍ଡଙ୍କ ସହାୟତାରେ ବିକ୍ରି କରିଦେଉଛନ୍ତି । ତେଣୁ ଉତ୍ତ୍ୟକ୍ତ ଲୋକେ ଏପରି ପଦକ୍ଷେପ ନେଇଛନ୍ତି ।

ସୂଚନାଥାଉ କି, ଗୁରୁବାର ବଳମ୍ବିତ ରାତିରେ ଥାନା ଅଧିକାରୀଙ୍କ ସହ କିଛି କର୍ମଚାରୀ ଏକ ବେଲେରୋ ଗାଡିରେ ଜବତ ଗଞ୍ଜେଇ ନେଇ ଯାଉଥିଲେ । ଏହି ସମୟରେ ଫିରିଙ୍ଗିଆ ସରପଞ୍ଚ, ପୂର୍ବତନ ସରପଞ୍ଚ ଓ ଗ୍ରାମବାସୀ ଗାଡିକୁ ଅଟକାଇଥିଲେ । ଏହି ଗଞ୍ଜେଇ ବିକ୍ରି ପାଇଁ ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏହାର ଭିଡିଓ କରି ଭାଇରାଲ ମଧ୍ୟ କରିଥିଲେ ।

ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବନ କରିବା ଦାବି ନେଇ ଆଜି ଶତାଧିକ ଗ୍ରାମବାସୀ ଫିରିଙ୍ଗିଆ ଠାରେ ରାସ୍ତା ଅବରୋଧ କରିଥିଲେ । ଏପରକି ଦାବି ପୂରଣ ନ ହେବା ଯାଏ ଧାରଣାରୁ ହଟବେ ନାହିଁ ବୋଲି ଅଡି ବସିଥିଲେ । ହେଲେ ହଠାତ୍ ଉତ୍ତ୍ୟକ୍ତ ଲୋକେ ଯାଇ ଥାନାରେ ଭଙ୍ଗା ରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ।

Leave A Reply

Your email address will not be published.