Latest Odisha News

BREAKING NEWS

ରାଷ୍ଟ୍ରପତି ଭବନ ଉପରେ ବିଦ୍ରୋହୀଙ୍କ କବଜା; ଯାହା ପାଇଲେ ଟେକିନେଲେ

ନୂଆଦିଲ୍ଲୀ: ଦୀର୍ଘ ଦିନର ଗୃହ ଯୁଦ୍ଧ ପରେ ସିରିଆରେ ଶାସନ ବଦଳିଛି। ଜାତୀୟ ପତାକା ମଧ୍ଯ ବଦଳିଛି। ଏଥିସହିତ ରାଜଧାନୀ ଦାମସକର ଭାବମୂର୍ତ୍ତି ମଧ୍ୟ ବଦଳିଛି। ବିଦ୍ରୋହୀମାନଙ୍କ ଦ୍ୱାରା ସମଗ୍ର ଦାମସକ କମ୍ପିତ ହୋଇଛି। ବିଦ୍ରୋହୀମାନେ ଅସଦ ପରିବାରର ୫୪ ବର୍ଷର ଶାସନକୁ ଶେଷ କରିଥିବାରୁ ସିରିଆର ରାଜଧାନୀରେ ସ୍ୱାଧୀନତାର ଜୟଗାନ କରାଯାଉଛି।

ବିଦ୍ରୋହୀମାନେ ରାଜଧାନୀ ରାସ୍ତାରେ ଅସଦ ପରିବାରର ଚିହ୍ନ ଓ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏପରିକି ବିଦ୍ରୋହୀମାନେ ସିରିଆର ରାଷ୍ଟ୍ରପତି ଭବନକୁ କାବୁ କରିଛନ୍ତି। ଏହାରି ମଧ୍ୟରେ ରାଷ୍ଟ୍ରପତି ଭବନର କିଛି ଚିତ୍ର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଭବନ ଭିତରେ ଅସଂଖ୍ୟ ଲୋକେ ପଶିବା ସହ ମଜା କରିଥିଲେ। ହାତରେ ଯାହା ଆସିଲା ସବୁ ଜିନିଷ ଉଠାଇ ନେଇଗଲେ। କିଛି ଲୋକ ଥାଳି ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ନେଇ ପଳାଇଥିଲେ। ଅନେକ ମହିଳା ଲୁଟେରାମାନଙ୍କ ମଧ୍ୟରେ ସାମିଲ ଥିଲେ।

 

 

Comments are closed.