Latest Odisha News

BREAKING NEWS

ଠାବ ହେଲା ୨୫୦୦ ବର୍ଷ ତଳର ଟଏଲେଟ୍

ଇସ୍ରାଏଲ: ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶରେ ମିଳିଛି ଭରପୂର ସଂଫଳତା । ୨୦୧୪ ମସିହାରେ କେନ୍ଦ୍ରରେ ଏନଡ଼ିଏ ସରକାର ଏହି ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି ଓ ଏହାର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି । ଏଥିପାଇଁ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯିବା ସହ ବାହାରେ ମଳତ୍ୟାଗକୁ ରୋକିବା ପାଇଁ ନିୟମ ମଧ୍ୟ ପ୍ରଣୟନ କରାଯାଇଛି । ତେବେ ଇସ୍ରାଏଲରେ ୨୫୦୦ ବର୍ଷ ତଳେ ଲୋକେ ବାହ୍ୟ ମଳତ୍ୟାଗକୁ ନ ଆପଣାଇ ନିଜ ଘରେ ଶୌଚାଳୟ ବ୍ୟବହାର କରୁଥିଲେ । ସଦ୍ୟତମ ଖନନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ତଥ୍ୟ ଅନୁସାରେ, ନିକଟରେ ଇସ୍ରାଏଲର ଜେରୁସେଲମ ଅଞ୍ଚଳରେ ଚାଲିଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନରୁ ଏଭଳି ଆକଳନ କରାଯାଇଛି । ବୈଜ୍ଞାନିକଙ୍କ ମତରେ ଏହି ଖନନରୁ ଏପରି ଏକ ଟଏଲେଟ ମିଳିଛି, ଯାହା ବର୍ତ୍ତମାନ ସମୟରେ ବ୍ୟବହୃତ ହେଉଥିବା ଟଏଲେଟ୍ ସହ କିଛିଟା ସାମଞ୍ଜସ୍ୟ ରଖେ । କୁହାଯାଉଛି ଯେ, ସେବେକାର ଧନୀ ଲୋକମାନେ ଏପରି ଟଏଲେଟ୍ ବ୍ୟବହାର କରୁଥିଲେ । ଏହି ଟଏଲେଟ୍ ଲୋକଙ୍କ ଘର ନିକଟରେ ଥିବା ଖନନରୁ ସ୍ପଷ୍ଟ ହୋଇଛି । ଏହି ଟଏଲେଟ ଚୂନ ପଥରରେ ପ୍ରସ୍ତୁତ ହୋଇଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ୍ୱ ବିଭାଗ ଦ୍ୱାରା ଗବେଷଣା ପରେ ଏଭଳି ସିଦ୍ଧାନ୍ତରେ ପହଞ୍ôଚବା କୁହାଯାଉଛି ।

ସେସମୟରେ ଟଏଲେଟ୍ ନିର୍ମାଣରୁ ସ୍ପଷ୍ଟ ହୋଇଛି ଯେ, ସେତେବେଳର ଲୋକେ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ଥିଲେ । ଉଦ୍ଧାର ହୋଇଥିବା ଟଏଲେଟ୍‌ରୁ ଜିଆର୍ଡିଆ ଡୁଓଡେନେଲ୍ସ ନାମକ ଏକ ରୋଗର ପ୍ରଥମ ପ୍ରମାଣ ମିଳିଥିବା ଜଣାପଡ଼ିଥିଲା, ଯାହା ସାଧାରଣ ଭାବେ ପେଟ ରୋଗ, ଡାଇରିଆ, ପେଟ ଇନ୍‌ଫେକ୍ସନ ଭଳି ରୋଗର କାରଣ ହୋଇଥିଲା । ଏହାଛଡ଼ା ପ୍ରଦୂଷିତ ପାଣି ଓ ଖାଦ୍ୟ ଫଳରେ ଏପରି ରୋଗ ହେଉଥିବା ଜଣେ ବୈଜ୍ଞାନିକ କହିଛନ୍ତି । ରିସର୍ଚ୍ଚ ସାଇନ୍ସ ମାଗାଜିନ୍ ‘ପାରାସିଟୋଲୋଜି’ରେ ପ୍ରକାଶିତ ତଥ୍ୟ ଅନୁସାରେ, କୁହାଯାଉଛି ଯେ ଏହାର ବ୍ୟବହାର ରାଜା ମାନଶେହଙ୍କ ସମୟରେ ହେଉଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀର ମଧ୍ୟଭାଗରେ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଏହିରାଜା ଶାସନକ୍ଷମତାରେ ଥିଲେ ।

 

Comments are closed.