Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ

ଓଭାଲ: ଜୁନ ୭ରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡର କ୍ରିସ ଗାଫେନୀ ଓ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡର ରିଚାର୍ଡ କେଟଲୀବର୍ଗ ଟିଭି ଅମ୍ପାୟର ଓ ଶ୍ରୀଲଙ୍କାର କୁମାର ଧର୍ମସେନା ୪ର୍ଥ ଅମ୍ପାୟର ହେବେ । ସେହିପରି ରିଚି ରଚାର୍ଡସନ ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଇବେ । ଗାଫେନୀଙ୍କ ଏହା ୪୯ତମ ଓ ଇଲିଂୱର୍ଥଙ୍କ ୬୪ତମ ଟେଷ୍ଟ ହେବ । କେଟିଲବର୍ଗଙ୍କ ପାଇଁ ଏହା ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ହେବ ।

୨୦୨୧ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନରେ ଖେଳା ଯାଇଥିବା ଫାଇନାଲରେ ଟିଭି ଅମ୍ପାୟର ଦାୟିତ୍ୱ ତୁଲାଇବେ । ଜୁନ ୭ରୁ ୧୧ ପର୍ଯ୍ୟନ୍ତ ଫାଇନାଲ ମ୍ୟାଚ ଖେଳାଯିବ । ୧୨ ତାରିଖକୁ ରିଜର୍ଭ ଦିବସ ଭାବେ ରଖାଯାଇଛି । ଇତି ମଧ୍ୟରେ ଉଭୟ ଟିମର ଖେଳାଳି ଭାବେ ଓଭାଲରେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଆଇପିଏଲ ଫାଇନାଲ ପରେ ଅନ୍ୟ ଖେଳାଳିମାନେ ସେଠାରେ ପଂହଚିବେ ।

Leave A Reply

Your email address will not be published.