Latest Odisha News

BREAKING NEWS

ଚୀନ ବୈଜ୍ଞାନିକଙ୍କ ଅଧ୍ୟୟନରୁ ଖୁଲାସା; ବ୍ଲଡ ଗ୍ରୁପ ‘A’ ଲୋକଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ

ବେଜିଂ: ଚୀନର ବୈଜ୍ଞାନିକଙ୍କ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ‘A’ ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନାଭାଇରସ ସଂକ୍ରମଣର ଆଶଙ୍କା ଅଧିକ ଏବଂ ‘O’ ବ୍ଲଡ ଗ୍ରୁପ ଲୋକଙ୍କୁ ଏହାର ଆଶଙ୍କା କମ ଥାଏ ।

ଉହାନ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏହି ଅଧ୍ୟୟନରେ ଉହାନ ଓ ଶେଂଝେନର ୨ହଜାର କରୋନାଭାଇରସ ରୋଗୀଙ୍କ ରକ୍ତ ନମୂନା ନେଇ ବ୍ଲଡ ଗ୍ରୁପ ଆଧାରରେ ଅଧ୍ୟୟନ କରାଗଲା ଏବଂ ଏଥିରୁ ‘A’ ବ୍ଲଡ ଗ୍ରୁପ ଥିବା ରୋଗୀଙ୍କ ଉପରେ କରୋନାଭାଇରସର ପ୍ରଭାବ ଅଧିକ ଦେଖିବାକୁ ମିଳିଥିବା ବେଳେ ‘O’ ବ୍ଲଡ ଗ୍ରୁପ ଥିବା ରୋଗୀଙ୍କ ପାଖରେ ଏହା ବହୁତ କମ୍ ଥିଲା ।

ଚୀନର ବୈଜ୍ଞାନିକଙ୍କ କହିବାନୁସାରେ, ତାଙ୍କର ଅଧ୍ୟୟନ ଏବେ ପ୍ରାଥମିକ ସ୍ତରରେ ହୋଇଛି । ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିବାକୁ ହେଲେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ।

Comments are closed.