Latest Odisha News

ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ୨ଟି ଡୋଜ୍‌ କୋଭିଶିଲ୍ଡ ଟିକା ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ୨ଟି ଡୋଜ୍‌ କୋଭିଶିଲ୍ଡ ଟିକା ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ପୁଣେ ଆଇସିଏମଆର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋଭିଶିଲ୍ଡର ଉଭୟ ଡୋଜ ଟିକା ନେଇଥିବା ଲୋକ କରୋନା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରତିରୋଧକ ଶକ୍ତି ରହିଛି।

ଏହାଛଡା କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିବିଶେଷ ଯେଉଁମାନେ କୋଭିଶିଲ୍ଡ ଟିକା ନେଇଛନ୍ତି ସେମାନଙ୍କର ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଉଚ୍ଚ ପ୍ରତିରୋଧକ ଶକ୍ତି ବିକଶିତ ହୋଇଛି।

Comments are closed.