Latest Odisha News

ଭାରତରେ ନିମ୍ନମାନର ଖାଦ୍ୟ ବିକ୍ରି କରୁଛନ୍ତି ପେପସିକୋ, ୟୁନିଲିଭର ଭଳି କମ୍ପାନୀ

ନୂଆଦିଲ୍ଲୀ: ପେପସିକୋ, ୟୁନିଲିଭର ଏବଂ ଡାନୋନ୍ ପରି ପ୍ୟାକେଜ୍ ଫୁଡ ବିକୁଥିବା ଖାଦ୍ୟ କମ୍ପାନୀଗୁଡିକ ଭାରତରେ ଅତି ନୀମ୍ନମାନର  ଖାଦ୍ୟଉତ୍ପାଦ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି।

ଏଟିଏନଆଇ ଗ୍ଲୋବାଲ୍ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀଗୁଡିକ ସ୍ୱଳ୍ପ ଆୟକାରୀ ଦେଶ ମାନଙ୍କରେ ଏପରି ଖାଦ୍ୟସାମଗ୍ରୀ ବିକ୍ରି କରୁଛନ୍ତି। ଯାହାର ରେଟିଂ ଉଚ୍ଚ ଆୟକାରୀ ଦେଶରେ ବିକ୍ରି ହେଉଥିବା ସାମଗ୍ରୀଠାରୁ ବହୁତ କମ୍ ଅଟେ। ତେବେ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶ ମଧ୍ୟରେ ଇଥୋପିଆ, ଘାନା, ଭାରତ, କେନିଆ, ନାଇଜେରିଆ, ପାକିସ୍ଥାନ, ଫିଲିପାଇନ୍ସ, ତାଞ୍ଜାନିଆ ଏବଂ ଭିଏତନାମ ଆଦି ଦେଶ ମାନଙ୍କର ନାମ ରହିଛି।

ଏହି ରିପୋର୍ଟ ଅନୁଯାୟୀ ଖାଦ୍ୟ ଉତ୍ପାଦ ଗୁଡିକୁ ହେଲ୍ଥ ଷ୍ଟାର ରେଟିଂ ସିଷ୍ଟମ ଦ୍ୱାରା ୫ ପଏଣ୍ଟରେ ମୂଲ୍ୟାଙ୍କନ କରାଯାଇଥାଏ। ତେବେ ସର୍ବୋତ୍ତମ ଖାଦ୍ୟ ଉତ୍ପାଦକୁ ୫ ପଏଣ୍ଟ ଦିଆଯାଇଥାଏ। ସେହିଭଳି ୩.୫ରୁ ଅଧିକ ସ୍କୋରକୁ ସୁସ୍ଥ ବିବେଚନା କରାଯାଏ। କିନ୍ତୁ ଯେତେବେଳେ ସ୍ୱଳ୍ପ ଆୟକାରୀ ଦେଶରେ ବିକ୍ରି ହେଉଥିବା ସାମଗ୍ରୀ ଗୁଡିକୁ ଯାଞ୍ଚ କରାଯାଇଥିଲା ସେତେବେଳେ ସେହି ଖାଦ୍ୟ ପଦାର୍ଥର ସ୍କୋର ୧.୮ ଥିବା ଜଣାପଡିଥିଲା। ତେବେ ଉଚ୍ଚ ଆୟକାରୀ ଦେଶ ମାନଙ୍କରେ ଏହି ଉତ୍ପାଦ ଗୁଡିକର ସ୍କୋର ୨.୩ ରହିଥିବା ନେଇ ଜଣାପଡିଛି।

Comments are closed.