Latest Odisha News

BREAKING NEWS

ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC

ଭୁବନେଶ୍ୱର: ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ୍ କମିଶନର। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ବେଳେ ଏସଆରସି ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲ ଙ୍କ ନିର୍ଦ୍ଧେଶାବଳି ଏବଂ କୋଭିଡ଼ ପ୍ରୋଟକଲ କୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ତାଙ୍କ  ନିର୍ଦ୍ଧେଶରେ ସ୍ପଷ୍ଟ କରିଛନ୍ତି।ଶୁଣାଣି ପରେ ଆସନ୍ତା ସୋମବାର ସାଢ଼େ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଏସଆରସି ଦାଖଲ କରିବେ ।

ସେହିଦିନ ଅପରାହ୍ନ ଦୁଇଟା ସମୟରେ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।ଆଗକୁ ଦୀପାବଳୀ ଆସୁଛି।ଏହି ସମୟରେ କରୋନା ସଂକ୍ରମଣ ବଢ଼ିବା ଆଶଂକା ରହୁଛି । ତେଣୁ ନିଷ୍ପତ୍ତି କଣ ନିଆଯିବ କାଲି ଜଣାପଡ଼ିବ।

 

Leave A Reply

Your email address will not be published.