Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଳାସଙ୍କ ସମ୍ପର୍କରେ

ପାଟନା:ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଲାସ ପାସୱାନ ଆଉ ନାହାନ୍ତି । ଏହି ୨ ଦଶନ୍ଧିରେ ସେ କେନ୍ଦ୍ରର ପ୍ରତ୍ୟେକ ସରକାରର ଅଂଶବିଶେଷ ଥିଲେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଆଇ କିଛି କଥା ।
୧.୫ ଜୁଲାଇ ୧୯୪୬ରେ ଜନ୍ମ ଗ୍ରହଣ କରିଥିବା ରାମବିଳାସ । ରାଜନୀତିକୁ ଆସିବା ପୂର୍ବରୁ ପ୍ରଶାସନିକ ସେବାରେ ଥିଲେ ।
୨. ଲାଲୁ ପ୍ରସାଦ ଓ ନୀତିଶ କୁମାରଙ୍କ ପୂର୍ବରୁ ସେ ବିହାର ବିଧାନସଭା ସଦସ୍ୟ ହୋଇ ଯାଇଥିଲେ ।

୩. ୫ ଦଶକରେ ସେ ୮ଥର ଲୋକସଭା ସଦସ୍ୟ ରହିଛନ୍ତି ।
୪.୧୯୬୯ରେ ସଂଯୁକ୍ତ ସୋସିଆଲ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ । ୧୯୭୭ରେ ସେ ହାଜିପୁର ସିଟରେ ଜନତା ଦଳ ଟିକେଟରେ ୪ ଲକ୍ଷ ଭୋଟ ବ୍ୟବଧାନରେ ଜିତି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ ।୨୦୧୪ ପର୍ଯ୍ୟନ୍ତ ସେ ୮ ଥର ନିର୍ବାଚନରେ ବିଜୟୀ ହୋଇଥିଲେ ।
୫. ଏମରଜେନ୍ସି ସମୟରେ ସେ କଂଗ୍ରେସ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ ।
୬.ବିଶ୍ୱନାଥ ପ୍ରତାପ ସିଂଙ୍କ ସରକାରରେ ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।
୭.୨୦୦୨ ଗୋଧ୍ରା ଦଙ୍ଗା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରୁ ଇସ୍ତଫା ଦେବା ସହ ଏନଡିଏରୁ ସମ୍ପର୍କ ଚ୍ଛିନ୍ନ କରିଥିଲେ ।
୮. ଏହା ପରେ ୟୁପିଏ ସରକାରରେ ସେ ୨ ଥର କ୍ୟାବିନେଟ ମନ୍ତ୍ରୀ ରହିଥିଲେ ।
୯. ୨୦୧୪ରେ ପୁନର୍ବାର ଏନଡିଏରେ ସାମିଲ ହୋଇଥିଲେ । ନରେନ୍ଦ୍ର ମୋଦିଙ୍କ ୨ଟି ଯାକ ଇନିଂସରେ ସେ କେନ୍ଦ୍ରୀୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇଥିଲେ ।

୧୦. ପାରିବାରିକ ଜୀବନ ପ୍ରାୟତଃ ପରଦା ପଛରେ ରହିଥିଲା । ପ୍ରଥମ ସ୍ତ୍ରୀ ରୁଗଣ ଅବସ୍ଥାରେ ଏବେ ବି ଗ୍ରାମରେ ରହୁଛନ୍ତି । ପ୍ରଥମ ପତ୍ନୀଙ୍କ ୨ଟି ଝିଅ ଏବଂ ଦ୍ୱିତୀୟ ପତ୍ନୀଙ୍କ ଗୋଟିଏ ପୁତ୍ର (ଚିରାଗ) ରହିଛନ୍ତି ।

Leave A Reply

Your email address will not be published.