Latest Odisha News

ଅନାଲୋଚିତ ଯୋଦ୍ଧା; ଓଡିଶା ଅଗ୍ନିଶମ ବାହିନୀ ଓ କମିଶନରେଟ ପୋଲିସ !

ଭୁବନେଶ୍ୱର: ରାଜଭାବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଗୋଟିଏ ଦିନ ବିତିଗଲାଣି । ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଅଜଣା ନୁହେଁ । କୋକୁଆ ଭୟରେ ରହିଥିଲେ ସ୍ଥାନୀୟ ଲୋକେ । ଆଖପାଖ ଅଂଚଳର ଲୋକେ କେବେ ବି ଏହି ଘଟଣାକୁ ସହଜରେ ଭୁଲିପାରିବେନି । ବିସ୍ଫୋରଣକୁ ବାଦ୍ ଦେଲେ ଏହି ଦୁର୍ଘଟଣା ଭୂମିକମ୍ପର ଅନୁଭୂତି ବି ଦେଇଥିଲା ।

ତେବେ ଏଭଳି ପରିସ୍ଥିତିକୁ ମାତ୍ର ୫ ମିନିଟ୍ ମଧ୍ୟରେ ନିୟନ୍ତ୍ରଣକୁ ଆଣିଥିଲା ଓଡିଶା ଅଗ୍ନିଶମ ବାହିନୀ ଓ କମିଶନରେଟ ପୋଲିସ । ସାରା ଦେଶରୁ ବିଶେଷଜ୍ଞମାନେ ଏ ନେଇ ଦୁଇଟି ବିଭାଗକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ବିପଦକୁ ନ ଡରି ତତ୍‌କ୍ଷଣାତ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । ଅଧିକ ବିସ୍ଫୋରଣ ଘଟିବାର ସମ୍ଭାବନା ଥିଲେ ବି ନିଜ କର୍ତ୍ତ୍ୟବକୁ ନିର୍ଭୀକତାର ସହ ତୁଲାଇଥିଲେ । ଗ୍ୟାସଭର୍ତ୍ତି ଟାଙ୍କି ସହ ଏକ ଗ୍ୟାସ୍ ଟ୍ୟାଙ୍କର ବି ଥିଲା । ତଥାପି ପୋଲିସ ଓ ଅଗ୍ନିଶମ ବାହିନୀର ଉଚିତ ସମୟରେ ସାହାସିକ ପଦକ୍ଷେପ ନିଶ୍ଚିତ ଭାବେ ଏକ ବଡ ଅଘଟଣକୁ ରୋକିପାରିଥିଲା ।

ବିସ୍ଫୋରଣ ଘଟିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଂଚିଥିଲା କମିଶନରେଟ୍ ପୋଲିସ । ଖୋଦ ପୋଲିସ କମିଶନର୍ ନିଜ ନେତୃତ୍ୱରେ ବିପଦଜନକ ସ୍ଥିତିକୁ ଏଡାଇପାରିଥିଲେ । ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲ୍ ଓ ଏସସିବି ହସ୍ପିଟାଲର ଭୂମିକାକୁ ମଧ୍ୟ ଅଣଦେଖା କରାଯାଇପାରେନା ।

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଜରିଆରେ ତଦନ୍ତ ଜାରି ରହିଛି । ବିସ୍ଫୋରଣର କାରଣ ଜାଣିବା ପାଇଁ ଜାରି ରହିଛି ତନାଘନା । କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି ବିସ୍ଫୋରଣ ଘଟିଥାଏ, ତେବେ ଅନ୍ୟ ପେଟ୍ରୋଲ ପମ୍ପଗୁଡିକୁ ମଧ୍ୟ ଠିକଣା ସମୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ।

ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଅଗ୍ନିଶମ ବାହିନୀ ଓ ପୋଲିସର ଭୂମିକାକୁ ତୁଳନା କରିବା ସହଜ କଥା ନୁହେଁ । ଏହି ଅନାଲୋଚିତ ଯୋଦ୍ଧାମାନେ କେବେ ବି ନାଁ ପାଇଁ ନୁହେଁ ବରଂ ଲୋକଙ୍କ ସୁରକ୍ଷା ତଥା ନିଜ କର୍ତ୍ତ୍ୟକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ବିସ୍ଫୋରଣ ପରିସ୍ଥିତି ବିଷୟରେ ବିନା କୌଣସି ତଥ୍ୟରେ ସେମାନେ ଲମ୍ଫ ପ୍ରଦାନ କରିଥିଲେ ଅଘଟଣକୁ ରୋକିବା ଲାଗି ଓ ଲୋକଙ୍କ ଜୀବନ ବଂଚାଇବା ପାଇଁ ।

Leave A Reply

Your email address will not be published.