Latest Odisha News

BREAKING NEWS

ଆଜି ବିଶ୍ୱ ଡାକ ଦିବସ

୧୯୭୦ରୁ ପ୍ରତିବର୍ଷ ଅକ୍‌ଟୋବର ୯ ତାରିଖରେ ପାଳିତ ହେଉଛି ବିଶ୍ୱ ଡାକ ଦିବସ। ୧୮୭୪ରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ନରେ ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିୟନ୍‌ ସ୍ଥାପିତ ହୋଇଥିଲା। ଏହାସହ ବିଶ୍ୱରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା।

ଭାରତୀୟ ପ୍ରତିନିଧି ଆନନ୍ଦ ମୋହନ ନରୁଲା ୧୯୬୯ରେ ଟୋକିଓରେ ଅନୁଷ୍ଠିତ ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌ର ଅଧିବେଶନରେ ଅକ୍‌ଟୋବର ୯ କୁ ବିଶ୍ୱ ଡାକ ଦିବସ ରୂପେ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ।

ତାଙ୍କ ପ୍ରସ୍ତାବ ସର୍ବସମ୍ମତି କ୍ରମ‌େ ଅନୁମୋଦନ ଲାଭ କରିଥିଲା ଏବଂ ତାହା ପରଠାରୁ ଏହି ଦିବସ ପାଳିତ ହେଉଛି। ବିଶ୍ୱର ସର୍ବାଧିକ ଡାକଘର ଆମ ଦେଶରେ ରହିଛି। କୋଲକାତାରେ ଆମ ଦେଶର ପ୍ରଥମ ଡାକଘର ସ୍ଥାପିତ ହୋଇଥିଲା। ଆମ ଦେଶରେ ଡାକଘରଗୁଡ଼ିକର ସଂଖ୍ୟା ପ୍ରାୟ ୧,୫୪,୯୧୦।

Leave A Reply

Your email address will not be published.