Latest Odisha News

BREAKING NEWS

କୁକୁର କଲା ରିଲ୍ସ , ଲୋକେ ଦେଖି ଆଶ୍ଚର୍ଯ୍ୟ

ଭାରତରେ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଅନେକ ପ୍ଲାଟଫର୍ମ ଏହାର ସ୍ଥାନ ନେବାକୁ ଚେଷ୍ଟା କଲା । କିନ୍ତୁ ଶେଷରେ ଇନଷ୍ଟାଗ୍ରାମର ଚାହିଦା ବେଶୀ ବଢିଗଲା । ଏବେ ସବୁଠୁ ଅଧିକ ରିଲ୍ସର ଧାରା ଆରମ୍ଭ ହୋଇଛି ଇନଷ୍ଟାଗ୍ରାମରେ । ରିଲ୍ସ କରିବାକୁ ଏବେ ସମସ୍ତେ ପାଗଳ ହୋଇଯାଇଛନ୍ତି । କେବଳ ମଣିଷ ନୁହଁନ୍ତି, ଏବେ ପଶୁମାନେ ମଧ୍ୟ ରିଲ୍ସ ତିଆରି କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ଏକ କୁକୁରର ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ କୁକୁର କେବଳ ନାଚୁଥିବା ଦେଖାଯାଉ ନ ଥିଲା ବରଂ ନିଜର ରିଲ୍ ମଧ୍ୟ ତିଆରି କରିଥିଲା ।

ଲୋକମାନେ ଏହି ମଜାଳିଆ ଭିଡିଓ ଦେଖି ଖୁବ୍ ଖୁସି ହେଉଛନ୍ତି । ତେବେ ଏହା ମଧ୍ୟ ସ୍ପଷ୍ଟ ଯେ କୁକୁରର ମାଲିକ ତାଙ୍କୁ ଏପରି ତାଲିମ ଦେଇଥିଲେ । କୁକୁର ତାଲିମ ନେଇ ଏକ ରିଲ୍ସ ତିଆରି କରିଛି । ଯିଏ ଏହି ଭିଡିଓ ଦେଖୁଛି କୁକୁରର ପ୍ରତିଭାକୁ ପ୍ରଶଂସା କରୁଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମେ କୁକୁର ନିଜେ ରେକର୍ଡିଂ ସୁଇଚ୍ ଦବାଉଛି । କିଛି ପାଦ ପଛକୁ ଯାଇ ବୁଲି ପଡ଼ୁଛି । ପରେ ଦୁଇ ଗୋଡ଼ ଟେକୁଛି । ପୁଣି ପଛକୁ ବୁଲିପଡି ଲାଞ୍ଜ ଓ ଅଣ୍ଟା ହଲେଇ ନାଚୁଛି । ଶେଷରେ ମଡ଼େଲଙ୍କ ପରି ଗୋଡ଼ ବଙ୍କା କରି କ୍ୟାଟୱାକ୍ କରୁଥିବା ନଜର ଆସିଛି । ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଲୋକମାନେ କୁକୁରକୁ ଏପରି ଜବରଦସ୍ତ ତାଲିମ ଦେଇଥିବାରୁ ଏହାର ମାଲିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଏହି ଭିଡ଼ିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଜଣେ କହିଛନ୍ତି ଯେ, ତାଙ୍କର ତିନୋଟି କୁକୁର ଅଛି, କିନ୍ତୁ ଏପରି ଅଭିନୟ କେହି ଜାଣନ୍ତି ନାହିଁ । ଆଉ କେହି ଏହି କୁକୁର କାଟୱାକ୍‌କୁ ଖୁବ୍ ପସନ୍ଦ କରିଛନ୍ତି ।

Comments are closed.