Latest Odisha News

ହାତୀ ସୁରକ୍ଷା ଚିନ୍ତା, ଜଙ୍ଗଲରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଆଜି ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁକୁ ରୋକିବା ଲାଗି ବିଦ୍ୟୁତର ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ଜଏଣ୍ଟ ଟାସ୍କ ଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ସରକାରଙ୍କ ପକ୍ଷରୁ ରିଟ୍ ପିଟିସନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲିଧର ଏବଂ ଜଷ୍ଟିସ୍ ଗୌରୀଶଙ୍କର ସତପଥିଙ୍କ ଖଣ୍ଡପୀଠ ମଙ୍ଗଳବାର ଉଦବେଗ ପ୍ରକାଶ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ଜଙ୍ଗଲରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହେବା ଚିନ୍ତାର କାରଣ । ବିଦ୍ୟୁତ୍ ବଦଳରେ ସୋଲାର ଭଳି ବିକଳ୍ପ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହାତୀଙ୍କ ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ କୋର୍ଟ କହିଛନ୍ତି । ଯେଉଁଥିରେ ଜଙ୍ଗଲ ଦେଇ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା, ବିଶେଷ କରି ହାତୀ କରିଡର ଅଞ୍ଚଳରେ କରିବାକୁ କୁହାଯାଇଛି । ୨ ମାସ ମଧ୍ୟରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।

ବିକଳ୍ପ ବିଦ୍ୟୁତ୍ ନେଇ ରାଜ୍ୟର ୪ ଗୋଟି ବିଦ୍ୟୁତ୍ ବିତରଣ ସଂସ୍ଥାର ସିଇଓଙ୍କ ସହ ସପ୍ତାହକ ମଧ୍ୟରେ ଆଲୋଚନା ହେବ । ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁକୁ ରୋକିବା ଲାଗି ବୈଠକରେ ଆଲୋଚନା ହେବ । ହାତୀ ମୃତ୍ୟୁ ରୋକିବାକୁ କଣ ଆକ୍ସନ୍ ପ୍ଲାନ କରାଗଲା ସେନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଜଏଣ୍ଟ ଟାସ୍କ ଫୋର୍ସର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.