Latest Odisha News

BREAKING NEWS

ହେଲମେଟ୍ ପିନ୍ଧି ବାଇକ୍‌ରେ ଗଲା କୁକୁର, ଲୋକଙ୍କୁ କଲା ସଚେତନ

ଚେନ୍ନାଇ: କୁକୁର ଓ ମଣିଷ ଭିିତରେ ସମ୍ପର୍କ ଘନିଷ୍ଟ ହୋଇଥାଏ । ସେଥିଲାଗି ଅନେକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ତାଙ୍କ କୁକୁରକୁ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇଥାନ୍ତି । ତାର ସୁରକ୍ଷା ନେଇ ମଧ୍ୟ ଲୋକେ ଚିନ୍ତା କରନ୍ତି । ଏବେ ଏକ ପୋଷା କୁକୁର ହେଲମେଟ୍ ପିନ୍ଧି ମାଲିକ ସହ ବାଇକ୍‌ରେ ବସି ଯାଉଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । କୁକୁରଟି ହେଲମେଟ୍ ପିନ୍ଧି ଲୋକମାନଙ୍କୁ ସଚେତନ କରିଛି ।

ନିଜର ସୁରକ୍ଷା ପାଇଁ ଦୁଇଚକିଆ ଯାନରେ ଗଲାବେଳେ ହେଲମେଟ୍ ପିନ୍ଧିବା ଜରୁରୀ । ଏଥିଲାଗି କଡ଼ାକଡ଼ି ନିୟମ ମଧ୍ୟ କରାଯାଇଛି । ତଥାପି ଲୋକେ ଏହି ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁ ନାହାନ୍ତିି । ଚେନ୍ନାଇ ସହରରେ ଏବେ ଏକ କୁକୁର ନିଜ ସୁରକ୍ଷା ପାଇଁ ବାଇକ୍ ପଛରେ ହେଲମେଟ୍ ପିନ୍ଧି ଯାଉଥିବା ଦେଖିବାକୁ ମିଳିଛି । ଏହାର ଭିଡ଼ିଓ ବେଶ୍ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଏକ ବାଇକରେ ଯାଉଛନ୍ତି । ଦୂରରୁ ବାଇକକୁ ଦେଖିଲେ ଲାଗୁଛି ଜଣେ ଲମ୍ବା କେଶ ବିଶିଷ୍ଟ ମହିଳା ବସିଛନ୍ତି । କିନ୍ତୁ ନିକଟତର ହେବା ପରେ ଏହା କୌଣସି ମହିଳା ନୁହଁନ୍ତି ଗୋଟେ ପୋଷା କୁକୁର ରହିଛି । କୁକୁରଟି ଏହାର ଦୁଇ ଗୋଡକୁ ମାଲିକଙ୍କ କାନ୍ଧରେ ରଖିଛି ଏବଂ ଆଉ ଦୁଇ ଗୋଡ଼କୁ ବାଇକ୍‌ରେ ରଖି ବସିଛି । ମୁଣ୍ଡରେ ଏକ ହେଲମେଟ୍ ବି ପିନ୍ଧିଛି । ଏହି ସମୟରେ କୁକୁରଟି ମଧ୍ୟ ଖୁସିରେ ଏପଟସେପଟ ବୁଲି ବୁଲି ଦେଖୁଛି । କୁୁକୁରର ଏହି ଲୁକ୍ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି । ମାଲିକ ତାଙ୍କ ସୁରକ୍ଷା ପାଇଁ ତାକୁ ହେଲମେଟ ପିନ୍ଧାଇଛନ୍ତି ବୋଲି କହିଛନ୍ତି ।

 

Leave A Reply

Your email address will not be published.