Latest Odisha News

BREAKING NEWS

ଏମିତି କଇଁଛ, ଯିଏ ଦୋଳିରେ ନ ଝୁଲିଲେ ଖାଦ୍ୟ ଖାଉ ନାହାନ୍ତି

ମଧ୍ୟପ୍ରଦେଶ: ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ପାଳିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି କେହି ଘର କୁକୁର,ବିଲେଇ,ଠେକୁଆ, ସାପ, ଶୁଆ ଆଦି ପଶୁପକ୍ଷୀ ପାଳିଥାନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଯତ୍ନ ବି ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ବୁଲାଇବାକୁ ମଧ୍ୟ ନେଇଥାନ୍ତି । ମଧ୍ୟପ୍ରଦେଶର ସେମିତି ଜଣେ ବ୍ୟକ୍ତି ଯିଏ ଘରେ ଦୁଇଟି କଇଁଛ ପାଳିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହିକଇଁଛମାନେ ପ୍ରତ୍ୟେକ ଦିନ ଦୋଳିରେ ନ ଝୁଲିଲେ ଖାଦ୍ୟ ଖାଆନ୍ତି ନାହିଁ ।

BjdElectrycity

ମଧ୍ୟପ୍ରଦେଶର ବୁରହାନପୁରରେ ରୁହନ୍ତି ଶାହାରୁଖ ହାଭାଲଦାର । ସେ ଘରେ ଦୁଇଟି କଇଁଛ ପାଳିଛନ୍ତି । ଏହି କଇଁଛମାନେ ଶାହାରୁଖଙ୍କ ସହିତ ପ୍ରାୟ ୨୦ ବର୍ଷ ହେଲାଣି ରହି ଆସୁଛନ୍ତି । ଶାହାରୁଖ ଓ ତାଙ୍କ ପରିବାର ଲୋକେ ସମସ୍ତେ ଏହିଦୁଇ କଇଁଛକୁ ବହୁତ ଭଲ ପାଆନ୍ତି । ସେମାନେ ବାହାରକୁ ଗଲେ ସାଙ୍ଗରେ ମଧ୍ୟ ନେଇ କି ଯାଇଥାନ୍ତି । ସେମାନଙ୍କର ଟିକେ କ’ଣ ଅସୁବିଧା ହେଲେ ପୁରା ପରିବାର ଚିନ୍ତିତ ହୋଇପଡ଼ନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଏହି ଦୁଇ କଇଁଛ ପ୍ରତ୍ୟେକ ଦିନ ୪ ଘଣ୍ଟା ଦୋଳିରେ ଝୁଲି ଥାନ୍ତି । ତାହା ପୁଣି ଅଲଗା ଅଲଗା । ସେଥିଲାଗି ଶାହାରୁଖ ଘରେ ଦୋଳି ଲଗାଇଛନ୍ତି । ଯେଉଁଦିନ ନ ଝୁଲାଇଲେ ସେମାନେ ଖାଦ୍ୟ ଖାଆନ୍ତି ନାହିଁ । ସକାଳ ଓ ସନ୍ଧ୍ୟାରେ ପ୍ର୍ରତ୍ୟେକ ଦିନ ଦୁଇଘଣ୍ଟା ଲେଖାଏଁ ସେମାନଙ୍କୁ ଦୋଳିରେ ଝୁଲାଯାଇଥାଏ । ସେମାନେ ଟମାଟୋ, କାକୁଡି ଆଦି ଖାଦ୍ୟ ଖାଇଥାନ୍ତି । ସେମାନଙ୍କୁ ପାଣି ଆକାରରେ ଟମାଟୋ ରସ ମଧ୍ୟ ଦିଆଯାଏ ।

ଶାହାରୁଖ କହିଛନ୍ତି ଯେ, ଏହି କଇଁଛମାନେ ବିନା ପାଣିରେ ବଞ୍ଚିପାରନ୍ତି । ଯଦି ସେମାନଙ୍କୁ ପାଣିରେ ରଖାଯିବ ସେମାନେ ମରିଯିବେ । ତେଣୁ ଆମେ ସେମାନଙ୍କୁ ଆମ ଘରେ ରଖିଛୁ । ଏହି କଇଁଛଗୁଡିକ ୨୦ ବର୍ଷ ପୁରୁଣା, ଯାହା ସେ ମୁମ୍ବାଇରୁ ଆଣିଥିଲେ । ସେବେଠାରୁ ସେମାନେ ଦୋଳିରେ ଝୁଲୁଛନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ଭାବେ ଏକ ଘର ତିଆରି କରିଛନ୍ତି । ପ୍ରତ୍ୟେକ ଦିନ ଛୋଟ ଛୋଟ ପିଲା ଓ ବାହାରୁ ବହୁତ ଲୋକ ଏହି କଇଁଛଙ୍କୁ ଦେଖିବାକୁ ଆମ ଘରେ ଭିଡ଼ ଜମାଇଥାନ୍ତି ।

Leave A Reply

Your email address will not be published.